ଦେଶରେ କରୋନା ମୃତ୍ୟୁ ସଂଖ୍ୟା 33 ହଜାର 425କୁ ବୃଦ୍ଧି

Published: Jul 28, 2020, 9:59 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 47 ହଜାର 704 ଜଣ ଆକ୍ରାନ୍ତ ହୋଇଥିବାବେଳେ  654 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 4 ଲକ୍ଷ 96ହଜାର 988ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 9 ଲକ୍ଷ 52 ହଜାର 743 ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 83 ହଜାର 157କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 425କୁ ବୃଦ୍ଧି ହୋଇଛି ।  ମହାରାଷ୍ଟ୍ରରେ 24 ଘଣ୍ଟାରେ 227 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 883ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ମୃତ୍ୟୁସଂଖ୍ୟା 3 ହଜାର 853କୁ ବୃଦ୍ଧି ହୋଇଥିବାବେଳେ ତାମିଲନାଡୁରେ 3 ହଜାର 571 ଓ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 2 ହଜାର 348ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts