Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ
ଅପରାଧ

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tragic outcome of a family dispute: Son slits father's throat.
Tragic outcome of a family dispute: Son slits father's throat.

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ପଞ୍ଚାୟତର ଡି. ପେଣ୍ଡିଲି ଗ୍ରାମରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସୃଷ୍ଟି ହୋଇଥିବା ତିକ୍ତତା ଏପରି ଭୟଙ୍କର ରୂପ ନେଇଛି ଯେ, ଜଣେ ପୁତ୍ର ନିଜ ଜନ୍ମକଲା ବାପାକୁ ନିର୍ମମ ଭାବେ ହତ୍ୟା କରିବାକୁ ଉଦ୍ୟମ କରିଛି। ନିଜ ବାପାର ବେକକୁ ବ୍ଲେଡ୍‌‌ ସାହାଯ୍ୟରେ କାଟି ସେ ରକ୍ତାକ୍ତ କରିପକାଇଥିବା ଅଭିଯୋଗ ହୋଇଛି। ଏହି ଭୟାନକ ଘଟଣା ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ବାପା ନିଜ ଘରେ ଗଭୀର ନିଦ୍ରାରେ ଶୋଇଥିଲେ। ଏହି ସମୟରେ ସୁଯୋଗ ନେଇ ପୁଅ ହଠାତ୍‌ ଏକ ଧାରୁଆ ବ୍ଲେଡ୍‌ ଆଣି ଶୋଇଥିବା ବାପାର ବେକକୁ କାଟି ଦେଇଥିଲା। ବାପା ଆର୍ତ୍ତଚିତ୍କାର କରିଥିଲେ ହେଁ ରାତିର ନିଶବ୍ଦତା ଯୋଗୁଁ ଗ୍ରାମବାସୀ ସୁରାକ୍‌ ପାଇପାରି ନଥିଲେ। ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ ସମୟରେ ଗ୍ରାମବାସୀ ଏହି ଅଭାବନୀୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଏହାପରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଆହତ ବ୍ୟକ୍ତିଙ୍କ ଜ୍ୱାଇଁ ଲବ ପାଲାକା ଏବଂ ତାଙ୍କ ପତ୍ନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ବିଳମ୍ବ ନକରି ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅପରପକ୍ଷରେ, ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଗୁଡ଼ାରି ଥାନା ଅଧିକାରୀ ବିଶ୍ୱବନ୍ଧିନି ବାଗ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ।

ମେଡିକାଲରେ ଚିକିତ୍ସାଧୀନ ଥିବା ବୃଦ୍ଧଙ୍କ ବେକରୁ ଅତ୍ୟଧିକ ରକ୍ତସ୍ରାବ ହେଉଥିବାରୁ ଡାକ୍ତରମାନେ ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଗଳାରେ ୭ଟି ସିଲେଇ କରାଯିବା ପରେ ଯାଇ ରକ୍ତସ୍ରାବ ବନ୍ଦ ହୋଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଆନୁଷଙ୍ଗିକ ସୁବିଧାସୁଯୋଗର ଅଭାବ ରହିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପଟେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୁଡ଼ାରି ଥାନା ଉପ-ପରିଦର୍ଶକ ଶ୍ୟାମସୁନ୍ଦର ସଦଳବଳେ ଡି. ପେଣ୍ଡିଲି ଗ୍ରାମରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତ ପୁଅକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଅମାନୁଷିକ ଘଟଣା ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ଗୁଣୁପୁର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବାଗ ସୂଚନା ଦେଇଛନ୍ତି।

ବାପାଙ୍କୁ ହତ୍ୟା ଉଦ୍ୟମ ରାୟଗଡା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026
Latest News

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.