Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଟେ ଅଜଣା ଲୋକର ଅଭିଶାପକୁ ନେଇ ଅମିତାଭ ବଚ୍ଚନ ଏତେ ରାଗିବାର କାରଣ କଣ?
ବିଶେଷ ଖବର

ଗୋଟେ ଅଜଣା ଲୋକର ଅଭିଶାପକୁ ନେଇ ଅମିତାଭ ବଚ୍ଚନ ଏତେ ରାଗିବାର କାରଣ କଣ?

July 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବଡଲୋକ ହେବାକୁ ହେଲେ ବଡ ହୃଦୟଟିଏ ମଧ୍ୟ ରହିବା ଜରୁରୀ, ଏ କଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ କେହି ଜଣେ ନିହାତି ବୁଝାଇଦେବା ଉଚିତ। ଅମିତାଭ ବହୁତ ବଡ ଅଭିନେତା। କୋଟି କୋଟି ଭାରତୀୟ ତାଙ୍କୁ ଭଲପାଆନ୍ତି। ତେବେ ଲୋକପ୍ରିୟତାର ଆଉ ଗୋଟେ ଖରାପ ଦିଗ ରହିଛି। ଆପଣଙ୍କୁ ବହୁତ ଲୋକ ଭଲପାଇବା ସହିତ କିଛି ଲୋକ ଆପଣଙ୍କୁ ଘୃଣା ବି କରନ୍ତି। ଜଗତରେ ସମସ୍ତେ ଯେ ଭଲପାଇବେ, ସେ କଥା କେବେ ବି ଘଟେ ନାହିଁ। ଅମିତାଭଙ୍କୁ ବହୁତ ଲୋକ ଭଲ ପାଆନ୍ତି, ହେଲେ କିଛି ଲୋକ ଭଲ ପାଆନ୍ତି ନାଇଁ କି ଘୃଣା କରନ୍ତି। ହେଲେ ବିଶାଳ ଜନତାର ଭଲପାଇବା ଆଗରେ ଏ ପ୍ରକାର ଘୃଣାର କୌଣସି ମୂଲ୍ୟ ନ ରହିବା ଉଚିତ। ହେଲେ ନିଜେ ଅମିତାଭ ବଚ୍ଚନ ତାଙ୍କ ପ୍ରତି କେହିଜଣେ ଅଚିହ୍ନା ଲୋକର ଘୃଣାକୁ ବହୁତ ବଡ କରି ଦେଇଛନ୍ତି। ଘୃଣା ବଦଳରେ ଘୃଣାର ଶବ୍ଦ ବ୍ୟବହାର କରି ସେ ନିଜର ବ୍ୟକ୍ତିତ୍ବକୁ ଛୋଟ କରି ଦେଇଛନ୍ତି। “ଠୋକ ଦୋ ସାଲେ କୋ” ଭଳି ଅତି ନିକୃଷ୍ଟ ଭାଷାର ବ୍ୟବହାର କରି ସେ ନିଜକୁ ସେଇ ଅନାମଧେୟ ଲୋକର ସ୍ତରକୁ  ଖସାଇ ଦେଇଛନ୍ତି। ଅନ୍ତତଃ ଏତେ ବଡ କଳାକାରଙ୍କଠାରୁ ଆମେ ଏୟା ଆଶା କରୁନଥିଲୁ!!

ତେବେ କଳାକାର ବି ମଣିଷ। କଳାକାର ଭିତରେ ବି ସାଧାରଣ ମଣିଷ ପରି ରାଗ ଓ ଅହଂକାର ଥାଏ। ଅମିତାଭ ଓ ତାଙ୍କର ପୂରା ପରିବାର ଏବେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ। ପୁଅ, ବୋହୁ ଓ ନାତୁଣୀ ସମେତ ନିଜେ ଅମିତାଭ କରୋନା ଭୂତାଣୁର କଷ୍ଟ ଭୋଗୁଛନ୍ତି। ଇତି ମଧ୍ୟରେ ବୋହୁ ଐଶ୍ବର୍ୟା ଓ ନାତୁଣୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ପୁଅ ଅଭିଷେକ ଓ ଅମିତାଭଙ୍କର ଚିକତ୍ସା ଚାଲିଛି। ସାଧାରଣ କରୋନା ଲକ୍ଷଣ ଯୋଗୁଁ ସେ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କ ପାଇଁ କୋଟି କୋଟି ଭାରତୀୟ ଶୁଭକାମନା ଜଣାଇଛନ୍ତି। ତାରି ଭିତରେ କେହି ଜଣେ, ତାଙ୍କୁ କହିଲା- କରୋନା ଭୂତାଣୁରେ ଆପଣ ମରିଯାଆନ୍ତୁ। ଆଜିର ସୋସିଆଲ ମିଡିଆ ଯୁଗରେ ଏ ପ୍ରକାର ଚରିତ୍ର ଅନେକ। ଏମାନେ ଘୃଣା ଓ ବର୍ବରତା ର ପ୍ରତୀକ। ଏଇ ଧରଣର ଏକ ବିଶାଳ ବାହିନୀ ଏବେ ପୃଥିବୀ ସାରା ବ୍ୟାପୀ ରହିଛନ୍ତି। “ଟ୍ରୋଲ” ନାମରେ ପରିଚିତ ଏ ପ୍ରକାର ଦୁଷ୍ଟ ଜୀବମାନଙ୍କୁ ଆଡେଇ ଯିବା ବୁଦ୍ଧିମାନର କାମ। ହେଲେ ଅମିତାଭ ବଚ୍ଚନଙ୍କ ଭଳି ଅଭିନେତା “ଟ୍ରୋଲ” ଙ୍କ ଦ୍ଵାରା ପ୍ରଭାବିତ ହେବା ଓ ସେମାନଙ୍କୁ ଗାଳି କରିବାକୁ ଯାଇ, ସେହି ସ୍ତରକୁ ଖସିବାର କାରଣ କଣ?

ସୋସିଆଲ ମିଡିଆରେ ଗାଳି ଗୁଲଜ କରିବାର ଏକ ଖୋଲା ବ୍ୟବସାୟ କିଛି ବର୍ଷ ହେଲା ଆମ ଦେଶରେ ଚାଲିଛି। ଏ ପ୍ରକାର ଅଶ୍ଳୀଳ ବ୍ୟବସାୟକୁ ବିଭିନ୍ନ ରାଜନୈତିକ ସଂଗଠନ ଓ କ୍ଷମତାରେ ଥିବା ଲୋକଙ୍କର ପ୍ରୋତ୍ସାହନ ମଧ୍ୟ ମିଳୁଛି। ତେବେ ଏ ପ୍ରକାର ଲୋକଙ୍କୁ ସାମ୍ନା କରିବାର ଦୁଇଟି ବାଟ ଅଛି। ୧- ଏମାନଙ୍କୁ ସଂପୂର୍ଣ୍ଣ ଭାବରେ ଅଣଦେଖା କରିବା ଓ ସେମାନଙ୍କର କୌଣସି କଥାକୁ ଗୁରୁତ୍ଵ ନଦେବା। ୨- ସେମାନଙ୍କୁ ତାଙ୍କରି ଭାଷାରେ ସାବାଡ କରିବା। ତେବେ ସାବାଡ କରିବାର ଭାଷା ସେମାନଙ୍କର ସ୍ତରର ନୁହଁ, ବରଂ ନିଜ ସ୍ତରର ହେବା ଦରକାର। ଆମ ସମୟର କିଛି ଅଭିନେତ୍ରୀ ଓ ସାମ୍ବାଦିକ “ଟ୍ରୋଲ” ଙ୍କୁ ସାବାଡ କରାଇବାର ଭାଷା ଭଲଭାବରେ ଜାଣନ୍ତି। ସ୍ଵରା ଭାସ୍କର, ତାପସୀ ପନ୍ନୁ,  ରିଚା ଚଢାଙ୍କ ଭଳି ନୂଆ ଯୁଗର ଅଭିନେତ୍ରୀ ଏ କ୍ଷେତ୍ରରେ ସାହସିକତାର ସହ “ଟ୍ରୋଲ”ଙ୍କୁ ସାମ୍ନା କରନ୍ତି।

ଅମିତାଭ ବଚ୍ଚନ ଏ ଦୃଷ୍ଟିରୁ ଢେର ସୁବିଧାରେ ଅଛନ୍ତି। ତାଙ୍କର କୌଣସି ରାଜନୈତିକ ପକ୍ଷ ନାହିଁ। ଦେଶର କୌଣସି ସମସ୍ଯା ଓ ସଙ୍କଟ ଉପରେ ତାଙ୍କର ପାଟି ଫିଟେନାହିଁ। ସବୁ ବିବାଦଠାରୁ ସତର୍କ ଦୂରତା ରଖୁଥିବା ଅମିତାଭ ରାଜନୈତିକ “ଟ୍ରୋଲ’ ଙ୍କ ଶିକାର ହୋଇନାହାନ୍ତି। କେହି ଜଣେ ଆପଣ ମାରି ଯାଆନ୍ତୁ ବୋଲି କହିଲେ, ଏତେ ଉତକ୍ଷିପ୍ତ ହେବାର କିଛି ନାହିଁ। ହୁଏତ ବର୍ତ୍ତମାନ କୋଭିଡ ଚିକିତ୍ସା କାରଣରୁ ତାଙ୍କର ମାନସିକ ବିଚଳନ ଘଟୁ ଥାଇପାରେ।ତାଙ୍କ “ବ୍ଲଗ” ରେ ସେ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ଯେ କୌଣସି “ଗଳିର ଗୁଣ୍ଡା”ର ଭାଷା ସହିତ ସମାନ। ମୋର କୋଟି କୋଟି ପ୍ରଶଂସକଙ୍କୁ ମୁଁ “ଠୋକ ଦୋ ସାଲେ କୋ” କହିଲେ ଲୋକ ତମକୁ ମାରିଦେବେ ବୋଲି ଲେଖିବା, ଏକପ୍ରକାର ଗୁଣ୍ଡାମିର ପରିଚାୟକ।

ହୁଏତ ଏକାନ୍ତରେ ରହି ଚିକିତ୍ସିତ ହେଉଥିବା ଅମିତାଭଙ୍କ ମନରେ ଅଧିକ କ୍ଷୋଭ ଓ ଉତ୍ତେଜନା ଆସୁଥାଇ ପାରେ। ହେଲେ ଏ ପ୍ରକାର ପ୍ରତିକ୍ରିୟା ଆଦୌ ଗ୍ରହଣଯୋଗ୍ୟ ନୁହେଁ। କୋଟି କୋଟି ଲୋକଙ୍କର ଆଦର୍ଶ ପୁରୁଷ ଭାବରେ ଅମିତାଭଙ୍କର ନିଜସ୍ଵ ଦାୟିତ୍ଵ ରହିଛି। ସାଧାରଣ “ଟ୍ରୋଲ” ସ୍ତରକୁ ଯଦି ଏତେ ବଡ ଅଭିନେତା ଖସିବେ, ତାହେଲେ “ଟ୍ରୋଲ” ର ଭାଷା ହିଁ ମାନ୍ୟତା ପାଇବ। ଆମ ଭଳିଆ ସାଧାରଣ ସାମ୍ବାଦିକ ପ୍ରତିଦିନ ଏମିତି ଗାଳି ଗୁଲଜ ଖାଇଥାଉ। ସାଧାରଣ ଜୀବନରେ ଏ ସବୁ ଦେହସୁହା କଥା। ଅମିତାଭ ବଚ୍ଚନଙ୍କ ଭଳି ଏତେ ବଡ ଅଭିନେତା ଅନ୍ତତଃ ନିଜର ଉଦାରତା ହୃଦୟବତ୍ତା ଦେଖାଇବା, ତାଙ୍କ ବ୍ୟକ୍ତିତ୍ବ ଲାଗି ଯେତିକି ଜରୁରୀ, ସମାଜ ଲାଗି ତା ଠୁ ବେଶୀ ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.