Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା
ଜାତୀୟ ଖବର

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Osama plotted attacks on India: Major revelation from secret CIA data.
Osama plotted attacks on India: Major revelation from secret CIA data.

ନୂଆଦିଲ୍ଲୀ: ଭାରତ ଉପରେ ଏକ ବଡ଼ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଡେନ୍। ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ସିଆଇଏ ପକ୍ଷରୁ ସାର୍ବଜନୀନ କରାଯାଇଥିବା ଏକ ଅତି ଗୋପନୀୟ ତଥ୍ୟରୁ ଏହି ବଡ଼ ଖୁଲାସା ହୋଇଛି। ୨୦୦୧ ମସିହା ସେପ୍ଟେମ୍ବର ୧୧ (୯/୧୧)ରେ ଆମେରିକା ଉପରେ ହୋଇଥିବା ଭୟାନକ ଆତଙ୍କବାଦୀ ଆକ୍ରମଣର ବହୁ ପୂର୍ବରୁ ହିଁ ଲାଡେନ୍‌ର ସଂଗଠନ ଭାରତ ଏବଂ ପାକିସ୍ତାନକୁ ନିଜର ଆକ୍ରମଣ ଲକ୍ଷ୍ୟସ୍ଥଳ ଭାବେ ଚିହ୍ନଟ କରିସାରିଥିଲା।

୧୯୯୮ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଗୁପ୍ତ ଦସ୍ତାବିଜରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ୯/୧୧ ଆକ୍ରମଣର ୨୫ତମ ବାର୍ଷିକୀ ଅବସରରେ ସିଆଇଏ ପକ୍ଷରୁ ଓସାମା ବିନ୍ ଲାଡେନ୍‌ ସମ୍ପର୍କିତ ୧୦୦ ପୃଷ୍ଠା ସମ୍ବଳିତ ୭୦ରୁ ଅଧିକ ପ୍ରେସିଡେନ୍ସିଆଲ୍ ଇଣ୍ଟେଲିଜେନ୍ସ ବ୍ରିଫ୍ ସାର୍ବଜନୀନ କରାଯାଇଛି। ୧୧ ସେପ୍ଟେମ୍ବରରେ ସିଆଇଏ ମୋଟ ୭୧ଟି ଗୁଇନ୍ଦା ରିପୋର୍ଟ ପ୍ରକାଶ କରିଛି, ଯାହାକି ୯/୧୧ ଘଟଣାବଳୀ ସମ୍ପର୍କିତ ସବୁଠାରୁ ବଡ଼ ପ୍ରକାଶନ। ସେଥିମଧ୍ୟରୁ ୧୯୯୮ ଅଗଷ୍ଟ ୨୮ ତାରିଖର ବ୍ରିଫ୍‌ରେ ଉଲ୍ଲେଖ ରହିଛି ଯେ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ଏହି ତାଲିକାରେ ଭାରତ ସହିତ ପାକିସ୍ତାନ, ଇଜିପ୍ଟ, କୁଏତ, ସାଉଦି ଆରବ, ୟେମେନ, ଉଗାଣ୍ଡା ଏବଂ ନାଇଜେରିଆ ଭଳି ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିଲେ। “ବିନ୍ ଲାଡେନ୍ ଟେରୋରିଷ୍ଟ ନେଟୱର୍କ ଷ୍ଟିଲ୍ ଏ ଥ୍ରେଟ୍” ଶୀର୍ଷକ ଏହି ଦଲିଲ୍‌ରେ ସୂଚନାର ଉତ୍ସକୁ ଗୋପନ ରଖାଯାଇଥିବା ବେଳେ, ଭାରତର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ରଣନୀତି ବିଷୟରେ ସ୍ପଷ୍ଟ ବିବରଣୀ ଦିଆଯାଇନାହିଁ।

ଉତ୍ତର ଆମେରିକା, ଇଉରୋପ ଏବଂ ପୂର୍ବ ଏସିଆରେ ବିନ୍ ଲାଡେନ୍‌ର ଆତଙ୍କୀ ନେଟୱର୍କ ସୁଦୃଢ଼ ଥିବାରୁ ସେହି ସମୟରେ ଆମେରିକୀୟ ସ୍ୱାର୍ଥ ଉପରେ ମଧ୍ୟ ବଡ଼ ବିପଦ ରହିଥିବା ଏହି ରିପୋର୍ଟରେ ଚେତାବନୀ ଦିଆଯାଇଥିଲା। ସିଆଇଏ ପକ୍ଷରୁ ଜାରି ହୋଇଥିବା ଏହି ଗୁଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ୧୯୯୮ରୁ ୨୦୦୧ ମଧ୍ୟରେ ଅଲ୍-କାଏଦାର ସମ୍ଭାବ୍ୟ ଆକ୍ରମଣ ନେଇ ଆମେରିକା ସରକାରଙ୍କୁ ଏକାଧିକ ଥର ସତର୍କ କରାଯାଇଥିଲା। ବିଲ୍ କ୍ଲିଣ୍ଟନଙ୍କ ଠାରୁ ଆରମ୍ଭ କରି ଜର୍ଜ ଡବ୍ଲ୍ୟୁ ବୁଶଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରପତିମାନଙ୍କୁ ଏହି ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ୧୯ ଜଣ ଅଲ୍-କାଏଦା ଆତଙ୍କବାଦୀ ୪ଟି ଯାତ୍ରୀବାହୀ ବିମାନ ଅପହରଣ କରି ଆମେରିକାର ମୁଖ୍ୟ ସ୍ଥାନଗୁଡ଼ିକୁ ନିଶାଣ କରିଥିଲେ। ଦୁଇଟି ବିମାନ ନ୍ୟୁୟର୍କସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଟ୍ୱିନ୍ ଟାୱାରକୁ ଧକ୍କା ଦେବାରୁ ସେହି ଉଚ୍ଚ ସୌଧଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ତୃତୀୟ ବିମାନଟି ପେଣ୍ଟାଗନ୍‌କୁ ଆକ୍ରମଣ କରିଥିବା ବେଳେ, ଚତୁର୍ଥ ବିମାନଟି ୱାଇଟ୍ ହାଉସ୍ କିମ୍ବା ଆମେରିକାର ସଂସଦକୁ ନିଶାଣ କରିବାକୁ ଯାଉଥିବା ବେଳେ ଯାତ୍ରୀମାନଙ୍କ ପ୍ରତିରୋଧ ଯୋଗୁଁ ପେନ୍‌ସିଲ୍‌ଭାନିଆର ଏକ ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଲ୍-କାଏଦା ଓସାମା ବିନ୍ ଲାଡେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ଆପ ର ବଡ଼ ପଦକ୍ଷେପ: ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଘୋଷଣା କଲେ ଅରବିନ୍ଦ କେଜରିୱାଲ

September 13, 2026
Latest News

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.