Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ
ଆଜିର ଖବର

ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତରାମ ଅଗ୍ରଓ୍ବାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ରାତ୍ରିରେ ପାଖାପାଖି ୮ ଟା ୩0 ମିନିଟ୍‌ ସମୟରେ ତହସିଲଦାରଙ୍କୁ ଅତର୍କିତ ଆକ୍ରମଣ ହୋଇଥିବାର ସୂଚନା ରହିଛି। ଗତକାଲି ପାତ୍ରପଡା ଖଣି ଠାରେ ଏକ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ସମୟରେ ଟାଙ୍ଗୀ ତହସିଲଦାର ତାଙ୍କ ଟିମ୍‌ଙ୍କ ସହ ଚଢାଉ କରିଥିଲେ। ସେଠାରେ ଏକ ବଡ ଟ୍ରକ୍‌କୁ ଜବତ କରି ଟାଙ୍ଗୀ ତହସିଲ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଜବତ କରିଥିବା ଗାଡିଟି ଟାଙ୍ଗୀ ଅଭିମୁଖେ ଯିବା ସମୟରେ ତହସିଲଦାରଙ୍କ ଏସ୍କର୍ଟ ଟିମ କୁ ବାମ ପଟୁ ପ୍ରଥମେ ଧକା ଦେଇଥିଲା। ଏଥିରେ ବିଚଳିତ ନହୋଇ ତହସିଲଦାର ଗାଡ଼ିର ପିଛା କରଥିଲେ। ଚାନ୍ଦପୁର ଥାନା ରଣପୁର ତହସିଲ ଅନ୍ତର୍ଗତ ବେଣ୍ଟ ଗାଁ ନିକଟରେ ଟ୍ରକ କୁ ଠିଆ କରି ଟ୍ରକ ଡ୍ରାଇଭର ଦୌଡ଼ି ପଳେଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ସେଠାରେ ରହିଥିବା କିଛି ଦୁର୍ବୁତ୍ତ ତହସିଲଦାର ଏବଂ ତାଙ୍କ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ତହସିଲଦାରଙ୍କ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ଟାଙ୍ଗୀ ରାଜସ୍ବ ନିରୀକ୍ଷକ ଆହତ ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଟେଲିଫୋନ ଯୋଗେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କୁ ଉକ୍ତ ଘଟଣା ବିଷୟରେ ଅବଗତ କରାଇଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଟାଙ୍ଗୀ ତହସିଲଦାର ଅଶ୍ବିନୀ ଦାସ ଗତ ତିନି ମାସ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିବାବେଳେ ବେଆଇନ ଚଢାଉକୁ କଡାକଡି କରିଛନ୍ତି। ଗତ ତିନିମାସ ଧରି ତହସିଲଦାରଙ୍କ ଅଚାନକ ଚଢାଉ ଯୋଗୁଁ ପଥର ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣେ ଦକ୍ଷ ତଥା ନିଷ୍ଠାପର ଅଧିକାରୀଙ୍କ କାର୍ଯ୍ୟକୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଆଗାମୀ ସମୟରେ ଧରପଗଡକୁ ଆହୁରି କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର।

ଟାଙ୍ଗୀ ତହସିଲଦାର ମରଣାନ୍ତକ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.