ଏହି ରାଜ୍ୟରେ ଅଗଷ୍ଟ 31 ଯାଏଁ ବଢିଲା ଲକ୍‌ଡାଉନ୍‌

Published: Jul 30, 2020, 10:07 pm IST

ଚେନ୍ନାଇ : କରୋନା ସଂକ୍ରମଣକୁ ଦେଖି ତାମିଲନାଡୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍‌ଡାଉନର କିଛିଟା କୋହଳ କରାଯାଇଛି । ପୂର୍ବରୁ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ ଖୋଲିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ 75 ପ୍ରତିଶତ  କର୍ମଚାରୀରେ ଅଫିସ୍‌ ଖୋଲାଯିବ ବୋଲି ସୂଚନା ରହିଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍‌ ରହିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ନୂତନ ଗାଇଡଲାଇନ ଅନୁଯାୟୀ ଅଗଷ୍ଟ 1 ତାରିଖରୁ ବିନା ଏସି ଥିବା ହୋଟେଲରେ 50 ପ୍ରତିଶତ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି । ତେବେ ଏଠାରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ କରାଯିବ । ସକାଳ 6ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ହୋଟେଲ୍‌ ଖାଦ୍ୟ ଖାଇବା ପାଇଁ ଅନୁମତି ମିଳିଥିବାବେଳେ ପାର୍ସଲ ସୁବିଧା ରାତ୍ରି 9ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ସୂଚନା ରହିଛି । ସେହିପରି ପରିବାର ଦୋକାନ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି ।

Related posts