Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାହାରିଲା ରିଲାଏନ୍ସ ତିନି ମାସିଆ ଫଳ, ‘ଆରଆଇଏଲ’ ୧୩, ୨୪୮ କୋଟି ଏବଂ ‘ଜିଓ’ର ୨୫୨୦ କୋଟି ଟଙ୍କା ଲାଭ
ଜାତୀୟ ଖବର

ବାହାରିଲା ରିଲାଏନ୍ସ ତିନି ମାସିଆ ଫଳ, ‘ଆରଆଇଏଲ’ ୧୩, ୨୪୮ କୋଟି ଏବଂ ‘ଜିଓ’ର ୨୫୨୦ କୋଟି ଟଙ୍କା ଲାଭ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସ
ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି । ୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ (ଆର୍ପୁ) ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚିଛି । ଏହି ତ୍ରୟମାସରେ କମ୍ପାନୀ ୯୯ ଲକ୍ଷ ଗ୍ରାହକ ଯୋଡିଛି । ଶ୍ରେଷ୍ଠ ୪ଜି ନେଟ୍‌ୱର୍କ ବଳରେ ଗତ ବର୍ଷ ତୁଳନାରେ ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଡାଟା ବ୍ୟବହାର ୩୦ ପ୍ରତିଶତ ବୃଦ୍ଧି ପାଇ ୧୪.୨ ଏକ୍ସାବାଇଟରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ “ଏକ ଦୃଢ ଏବଂ ସୁରକ୍ଷିତ ୱେୟାରଲେସ୍ ଏବଂ ଡିଜିଟାଲ ନେଟୱାର୍କ ନିର୍ମାଣ କରି ସବୁ କିଛିକୁ ସଂଯୁକ୍ତ କରିବା ସହିତ ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ ସଂଯୋଗର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ରଖି ଜିଓ ଆରମ୍ଭ ହୋଇଥିଲା । ଆମର ଏହି ସମାନ ଲକ୍ଷ୍ୟରେ ଏବେ ସାମିଲ ହୋଇଛନ୍ତି ବିଶ୍ୱର ୧୩ଟି ବୃହତ୍ତମ ପ୍ରଯୁକ୍ତି କମ୍ପାନୀ ଓ ନିବେଶକ ।’’

ବିଗତ ତିନି ମାସ ମଧ୍ୟରେ ଜିଓ ପ୍ଲାଟଫର୍ମସ୍ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ଓ ନିବେଶକଙ୍କଠାରୁ ୧,୫୨,୦୫୬ କୋଟି ଟଙ୍କାର ପୁଂଜି ନିବେଶ ହାସଲ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଫେସ୍‌ବୁକ୍‌, ଗୁଗୁଲ୍‌, ସିଲଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟଲାଣ୍ଟିକ୍‌, ମୁବାଦଲା, ଏଡିଆଇଏ, ଟିପିଜି, ଏଲ କାଟରଟନ୍‌, ପିଆଇଏଫ୍‌, ଇନଟେଲ କ୍ୟାପିଟାଲ୍ ଏବଂ କ୍ୱାଲକମ୍ ଭେଂଚର୍ସ ।

ଗୁରୁବାର ଘୋଷଣା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରଥମ ତ୍ରୟମାସ ଆର୍ଥିକ ଫଳାଫଳ ଅନୁଯାୟୀ, ଏପ୍ରିଲରୁ ଜୁନ୍ ତିନି ମାସରେ କମ୍ପାନୀର ନିଟ୍ ଲାଭ ଗତ ବର୍ଷ ତୁଳନାରେ ୩୦.୬ ପ୍ରତିଶତ ବୃଦ୍ଧି ପାଇ ୧୩, ୨୪୮ କୋଟି ଟଙ୍କାରେ ପହଞ୍ଚିଛି ।

ଜିଓ ପ୍ଲାଟଫର୍ମସ୍ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026
Latest News

ଗରମ ଓ ଗୁଳିଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

April 12, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

April 12, 2026

ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ

April 12, 2026

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.