ଲୋକପାଳ ଚୟନ କମିଟି ବୈଠକରେ ଯୋଗ ଦେବେନି ଖାଡ଼ଗେ

Published: Mar 15, 2019, 7:00 pm IST
mallikaarjun denies to join lokapal meeting today

ଲୋକପାଳ ନିଯୁକ୍ତି ପାଇଁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ କରି ସେ ଏହି ଚୟନ କମିଟି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ନିୟମ ଅନୁଯାୟୀ, ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇଥିବା ବ୍ୟକ୍ତି ଏହି ଲୋକପାଳ ଚୟନ କମିଟିରେ ସଦସ୍ୟ ରହିବା କଥା। ତେବେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ସ୍ୱୀକୃତି ପାଇଥିଲେ ମଧ୍ୟ ଏହି ପଦବୀର ଅଧିକାରୀ ହେବାପାଇଁ ତାଙ୍କ ଦଳ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ଆସନ ନାହିଁ। ତେଣୁ ସେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଏହି ବୈଠକରେ ଯୋଗ ଦେବାର ଥିଲା। ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶ୍ରୀ ଖାଡ଼ଗେ କହିଛନ୍ତି, ଲୋକପାଳ ଆଇନ୍‌ର ଧାରା ୪(୨) ଅନୁଯାୟୀ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ମଧ୍ୟ ସରକାର ଲୋକପାଳ ଅଧ୍ୟକ୍ଷ ଚୟନ କରିବାର କ୍ଷମତା ରଖିଛନ୍ତି। ମୋଦି ସରକାର ୫ ବର୍ଷ ହେଲା ଲୋକପାଳ ନିଯୁକ୍ତ କରୁ ନଥିଲେ। ଏବେ ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ସରକାର ଲୋକପାଳ ଗଠନ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।

Related posts