Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୨୦ରେ ଧୋନୀଙ୍କ ଓ୍ବେବସିରିଜ୍‌ ‘ରୋର୍‌ ଅଫ୍‌ ଦ ଲାୟନ୍‌’
ଆଜିର ଖବର

ମାର୍ଚ୍ଚ ୨୦ରେ ଧୋନୀଙ୍କ ଓ୍ବେବସିରିଜ୍‌ ‘ରୋର୍‌ ଅଫ୍‌ ଦ ଲାୟନ୍‌’

March 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ସେ ନିଜର ଶାନ୍ତ ସ୍ବଭାବ ଓ ଧୁଆଁଧାର ବ୍ୟାଟିଂକୁ ନେଇ ନିଜର ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୬ରେ ଧୋନୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିଲା ଫିଲ୍ମ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’। ଏଥିରେ ଧୋନୀଙ୍କ ପିଲାବେଳରୁ ଖେଳ ପ୍ରତି ଥିବା ଦୁର୍ବଳତା, ଟିଟି ଭାବେ କାର୍ଯ୍ୟ କରିବା, ଭାରତୀୟ ଦଳରେ ଯୋଗଦାନ ଓ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି ଦେଖାଯାଇଥିଲା। ଏହି ଫିଲ୍ମରେ ସୁଶାନ୍ତ ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଧୋନୀଙ୍କ ଉପରେ ଏକ ଓ୍ବେବ୍‌ସିରିଜ ‘ରୋର୍‌ ଅଫ୍‌ ଦ ଲାୟନ୍‌’ ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍‌। ୨୦୧୩ ଆଇପିଏଲ୍‌ରେ ସ୍ପୋର୍ଟ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗସ୍‌ ଉପରେ ୨ ବର୍ଷର ପ୍ରତିବନ୍ଧକ ଲଗାଯାଇଥିଲା। ସେତେବେଳେ ଏହାର ପ୍ରଭାବ ଦଳର ଅଧିନାୟକ ଥିବା ଧୋନୀଙ୍କ ଉପରେ ପଡ଼ିଥିଲା। ଏହି ସମୟରେ ଧୋନୀଙ୍କ ଉପରେ ବିତିଥିବା ଘଟଣାବଳୀକୁ ନେଇ ଏହି ଓ୍ବେବସିରିଜ୍‌ଟି ନିର୍ମିତ। ଏହି ସିରିଜ୍‌ ଜରିଆରେ ଧୋନୀ ଦର୍ଶକଙ୍କ ସହ ମନକଥା ସେୟାର କରିବେ। ଏହି ସିରିଜ୍‌ଟି ମାର୍ଚ୍ଚ ୨୦ରେ ହଟ୍‌ଷ୍ଟାର୍‌ରେ ଷ୍ଟ୍ରିମିଂ ହେବ ବୋଲି ସୂଚନା ରହିଛି। ଏହାର ନିର୍ଦ୍ଦେଶକ କବିର ଖାନ୍‌ କ୍ରିକେଟ୍‌ ଇତିହାସରେ ଭାରତ ଜିତିଥିବା ପ୍ରଥମ ଓ୍ବାଲ୍ଡ କପ୍‌କୁ ନେଇ ଫିଲ୍ମ‘୮୩’ର ନିର୍ମାଣ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସିବେ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲର ଲୋକ କାହାଣୀ ପୁସ୍ତକ ଉନ୍ମୋଚିତ

December 30, 2025

ବିପଦରେ ଗମ୍ଭୀର?: କୋଚ୍ ପରିବର୍ତ୍ତନ ଗୁଜବ ଉପରେ ବିସିସିଆଇ ଉପାଧ୍ୟକ୍ଷଙ୍କ ବଡ଼ ବୟାନ

December 30, 2025

ଆଜି ହେଉଛି ଶାମ୍ବ ଦଶମୀ, ଠିକରେ ପୂଜା ନ କଲେ ଆସିପାରେ ବିପଦ

December 30, 2025

୨୨ତମ ପାରସୀ ମହା ଏବଂ ଓଲ ଚିକି ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

December 30, 2025
Latest News

ରେଢ଼ାଖୋଲର ଲୋକ କାହାଣୀ ପୁସ୍ତକ ଉନ୍ମୋଚିତ

December 30, 2025

ବିପଦରେ ଗମ୍ଭୀର?: କୋଚ୍ ପରିବର୍ତ୍ତନ ଗୁଜବ ଉପରେ ବିସିସିଆଇ ଉପାଧ୍ୟକ୍ଷଙ୍କ ବଡ଼ ବୟାନ

December 30, 2025

ଆଜି ହେଉଛି ଶାମ୍ବ ଦଶମୀ, ଠିକରେ ପୂଜା ନ କଲେ ଆସିପାରେ ବିପଦ

December 30, 2025

ନବୀକରଣୀୟ ଶକ୍ତିରେ ଉଲ୍ଲେଖନୀୟ ବର୍ଷ, ନଭେମ୍ବର ସୁଦ୍ଧା ୪୪.୫ ଗିଗାୱାଟ୍ କ୍ଷମତା ଯୋଗ

December 30, 2025

୨୨ତମ ପାରସୀ ମହା ଏବଂ ଓଲ ଚିକି ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.