ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ନିହତ, ଯବାନ ଆହତ

Published: Mar 16, 2019, 2:05 pm IST

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ପେଡ଼ାକୋଣ୍ଡାପଲ୍ଲୀ ଅଞ୍ଚଳରେ ମାଓବାଦୀ ଓ ଆନ୍ଧ୍ରପ୍ରଦେଶ ପୁଲିସର ଗ୍ରେହାଉଣ୍ଡ୍‌ ଫୋର୍ସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବାର ଖବର ମଳିଛି।  ପ୍ରାପ୍ତ ସୂଚନା ଆଧାରରେ ୧୯୮ ବାଟାଲିୟାନ୍‌ ସିଆର୍‌ପିଏଫ୍‌ ଓ ପୋଲିସ ମିଳିତ ଭାବେ ପାଟ୍ରୋଲିଙ୍ଗ୍‌ରେ ବାହାରିଥିଲେ। ପେଡ଼ାବାୟଲୁ ଗ୍ରାମ ନିକଟରେ ମାଓବାଦୀମାନେ ପ୍ରଥମେ ପାଟ୍ରୋଲିଙ୍ଗ୍‌ ପାର୍ଟି ଉପରକୁ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Related posts