ଭାରତରେ ଆୟୋଜିତ ହେବ ୨୦୨୦ ଅଣ୍ଡର-୧୭ ମହିଳା ବିଶ୍ୱକପ

Published: Mar 16, 2019, 3:32 pm IST

ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପ ହେବାପରେ ଭାରତ ଆଉ ଏକ ବିଶ୍ୱକପ ହେବା ନେଇ ସୂଚନା ମିଳିଛି। ଏହି ଫିଫା ବିଶ୍ବକପ୍‌ ସଫଳତାର ସହ ଆୟୋଜନ କରିଥିଲା ଭାରତ। ଭାରତରେ ୨୦୨୦ରେ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ଆୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଛି। ମିଆମୀର ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫୁଟବଲ୍‌ ମହାସଂଘ ପରିଷଦର ବୈଠକରେ ଏହି ସୂଚନା ମିଳିଛି।  ସୂଚନାନୁସାରେ ସ୍ପେନ ଗତ ଅଣ୍ଡର -୧୭ ମହିଳା ଫିଫା ବିଶ୍ୱକପରେ ଚାମ୍ପିଆନ ହୋଇଥିଲା। ପୁରୁଷ ବିଶ୍ୱକପ ପାଇଁ ୟୁରୋପୀୟ ଦେଶ ନିଜର ସ୍ଥାନ ବଜାଇ ରଖିଛନ୍ତି। କିନ୍ତୁ ମହିଳା ଅଣ୍ଡର-୧୭ ବିଶ୍ୱକପରେ ଏସିଆର ବିଭିନ୍ନ ଦେଶଙ୍କ ଦବଦବା ରହିଛି। ଏହି ବିଶ୍ୱକପ ୫ ଥର ହୋଇସାରିଛି। ଉତ୍ତର କୋରିଆ ୨୦୦୮ ଓ ୨୦୧୬ରେ ଟାଇଟଲ୍‌ ପାଇଥିବାବେଳେ ଦକ୍ଷିଣ କୋରିଆ ୨୦୧୦, ଏବଂ ଜାପାନ ୨୦୧୪ର ଟାଇଟଲ୍‌ ହାସଲ କରିଛି। ଭାରତ ବର୍ତମାନ ପର୍ଯ୍ୟନ୍ତ ଏଥିରେ ଭାଗ ନେଇନାହିଁ। କିନ୍ତୁ ଏହି ବିଶ୍ବକପ୍‌ ଆୟୋଜିତ କରିବା ସହ ଭାରତୀୟ ଟିମ୍‌କୁ ସିଧାସଳଖ   ବିଶ୍ବକପ୍‌ରେ ପ୍ରବେଶ କରିବାରେ ଅଧିକାର ମିଳିବ।

Related posts