ଶେଷ ମୁହୂର୍ତ୍ତରେ ବି ଛାଡିଲେନି ହାତ : ସ୍ତ୍ରୀଙ୍କୁ ଦେଖା କରିବାର 3 ସପ୍ତାହ ପରେ ସ୍ବାମୀଙ୍କର ହେଲା ମୃତ୍ୟୁ

Published: Aug 10, 2020, 2:34 pm IST

ଫ୍ଲୋରିଡା : ସ୍ବାମୀ-ସ୍ତ୍ରୀର ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ପାଇଁ । ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ ହେଉଥିବାବେଳେ ଜଣେ ସ୍ବାମୀ ନିଜ ଆକ୍ରାନ୍ତ ସ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ରହିଥିଲେ । ଅବଶ୍ୟ ସ୍ବାମୀ ଜଣକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ହୃଦୟବିଦାରକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି ।

ଏପରି ଏକ ଘଟଣାଟି ଆମେରିକାର ଫ୍ଲୋରିଡାରେ ଘଟିଛି । ସୈମ୍‌ ରେକ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ବୟସ 90 ବର୍ଷ ବୋଲି ସୂଚନା ରହିଛି । ଜୁଲାଇ 12 ତାରିଖରେ ତାଙ୍କ ସ୍ତ୍ରୀଙ୍କର ଜୋଏମଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା ।  ତାଙ୍କ ସ୍ତ୍ରୀ ମରିବାର କିଛି ଘଣ୍‌ଟା ପୂର୍ବରୁ ସୈମ୍‌ ତାଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ସୈମ୍‌ ମଧ୍ୟ କରୋନାରେ ଶିକାର ହୋଇଥିଲେ । ଅଗଷ୍ଟ 1 ତାରିଖରେ ମୃ୍ତ୍ୟୁ ହୋଇଥିଲା । ସୈମ୍‌ କରୋନାର ବିପଦକୁ ନ ଡରି ନିଜ ରୋଗିଣା ସ୍ତ୍ରୀକୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ତ୍ରୀଙ୍କ ସହ ସାକ୍ଷାତ କରିବାର ତିନି ସପ୍ତାହ ପରେ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ନିଜ ରୋଗିଣା ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ତାଙ୍କ ସ୍ବାମୀ ଜଣକ ପିପିଇ କିଟ୍‌ ସହିତ ମାସ୍କ ପିନ୍ଧି କରି ଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ସୈମ୍‌ଙ୍କ ଝିଅ ହୋଲି ରୈକ୍‌ କହିଛନ୍ତି ଯେ, ତାଙ୍କ ପିତା ମା’ଙ୍କ ସହ ସାକ୍ଷାତ କରିବାବେଳେ କରୋନା ସଂକ୍ରମଣ ହୋଇଥିଲେ । ହୋଲି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବାପା ମାଙ୍କ ସହ ଦେଖା କରିବା ପୂର୍ବରୁ ଏପରି ବିପଦ ଥିବାର ଜାଣିଥିଲେ ।

ଅପରପକ୍ଷରେ ଜୋଏନ୍‌ଙ୍କ ପୁଅ ସୋସିଆଲ ମିଡିଆରେ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ପିତା ସୈମ୍‌ଙ୍କୁ ହସ୍ପିଟାଲ ଯାଇ ମା’ଙ୍କୁ ଦେଖା କରି କ’ଣ ଠିକ୍‌ କରିଛନ୍ତି ବୋଲି ପଚାରିବାକୁ ସେ ଉତ୍ତର ଦେଇଥିଲେ ଯେ, – ସେ ଭୁଲ୍‌ କରିନାହାନ୍ତି । ଶେଷ ମୁହୂର୍ତ୍ତରେ ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବା ସହିତ ହାତ ମଧ୍ୟ ଧରିପାରିଥିଲେ । ଏଥିପାଇଁ ସେ ଅବସୋସ କରିନାହାନ୍ତି ବରଂ ବହୁତ ଖୁସି ଅଛନ୍ତି ।

30 ବର୍ଷର ଦାମ୍ପତ୍ୟ ଜୀବନ ନିର୍ବାହ କରୁଥିବା ସୈମ୍‌ ଓ ଜୋଏନ୍‌ଙ୍କ ମଧ୍ୟରେ ସମ୍ପର୍କେ ବେଶ୍‌ ଅନନ୍ୟ । କିନ୍ତୁ ମହାମାରୀ ଯୋଗୁଁ ଦୁହଁଙ୍କୁ ଅଲଗା ରହିବାକୁ ପଡିଥିଲା । କାରଣ ସେଠାରେ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିବା ଲୋକଙ୍କ ସହ ସାକ୍ଷାତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜୋଏନ୍‌ ଏକ ବର୍ଷ ଧରି ଡିମୋନ୍ସିଆରେ ପୀଡ଼ିତ ଥିଲେ । ଏଥିପାଇଁ ସେ ନର୍ସିଂହୋମ୍‌ରେ ରହୁଥିଲେ । (ଏଜେନ୍ସି)

Related posts