Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ବାମୀ ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା
ଅପରାଧ

ସ୍ବାମୀ ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା

August 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଫରିଦାବାଦ : ଦିଲ୍ଲୀର ଫରିଦାବାଦଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଫରିଦାବାଦଠାରେ ସ୍ବାମୀ-ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିବାର ସୂଚନା ରହିଛି । ଜାସାନ ଗ୍ରାମରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ପୋଲିସ୍‌ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀଙ୍କର ବୟସ 30ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ଘରେ ବଳପୂର୍ବକ ପଶି ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି ମାରିଥିବାର ଜଣାପଡିଛି । ପୋଲିସ୍‌ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ହସ୍ପିଟାଲ ପଠାଇଥିବାର ଜଣାପଡିଛି ।

ମୃତକ ଦ୍ବୟ ହେଉଛନ୍ତ ମୋନିକା ଓ ସୁଖବୀର୍‌ । ଦୁହେଁ 2013ମସିହାରେ ବିବାହ କରିଥିବାବେଳେ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପଘର ପାଖରେ ଘର ନେଇ ରହୁଥିଲେ । ଘର ବାହାରେ ଲାଗିଥିବା ସିସିଟିଭ୍‌ ଫୁଟେଜ୍‌ରୁ ଜଣାପଡିଛି ଯେ, ଗୋଟେ ବାଇକ୍‌ରେ ଚାରିଜଣ ଲୋକେ ଆସି ଘରେ ବଳପୂର୍ବକ ପଶିବା ସହିତ ତରବର ହୋଇ ଦୌଡି କରି ପଳାଇଥିବାରୁ ଜଣାପଡିଛି । ପୋଲିସ୍‌ ସେହି ଚାରିଜଣଙ୍କୁ ଖୋଜିବାରେ ଲାଗିପଡିଛି । ମୃତା ମହିଳା ଜଣକ ସନ୍ଧ୍ୟା ସମୟରେ  କ୍ଷୀର ଆଣିବାକୁ ନିଜ ଭାଇଙ୍କ ପାଖକୁ ଯାଇଥା’ନ୍ତି । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ମୋନିକା ଯାଇନଥିଲେ । ତାଙ୍କ ଭାଇ କ୍ଷୀର ନେଇ ମୋନିକାଙ୍କ ଘରକୁ ଆସିଥିବାବେଳେ ଘରର ସମସ୍ତ ଲାଇଟ୍‌ ବନ୍ଦ ଥିବାର ଦେଖିଥିଲେ । ପରେ ସେ ଘର ଭିତରକୁ ଯାଇ ଦେଖିଲେ ଯେ ଦୁଇଜଣଙ୍କ ଶବ ତଳେ ପଡିଛି । ମୃତକ ମୋନିକାଙ୍କ ଚାଚା କହିଛନ୍ତି ଯେ, ଦୁଇ ଜଣଙ୍କ ହାତ ଗୋଡ ଦଉଡି ବନ୍ଧା ହୋଇଥିବାବେଳ ମୁହଁରେ ଟେପ୍‌ ଲଗାଯାଇଥିଲା । ଏହା ପରେ ତାଙ୍କ ମୁଣ୍ଡକୁ ଗୁଳି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍‌ ଏହିଘଟଣାକୁ ନେଇ ତଦନ୍ତ ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.