ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ଅଗଷ୍ଟ 23 ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଖାଇ ପାଳନ ହେବ।
କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଅଗଷ୍ଟ 23 ତାରିଖ ସକାଳ 9ଟା 35ରୁ 9ଟା 50 ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା କରାଯାଇଛି ।
Tags: