Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ବାମୀଙ୍କୁ ହତ୍ୟା କରି ମୃତଦେହକୁ କଟରରେ ଟିକ୍‌ ଟିକ୍‌ କରି କାଟି ଫୋଫାଡିଲେ ସ୍ତ୍ରୀ
ଅପରାଧ

ସ୍ବାମୀଙ୍କୁ ହତ୍ୟା କରି ମୃତଦେହକୁ କଟରରେ ଟିକ୍‌ ଟିକ୍‌ କରି କାଟି ଫୋଫାଡିଲେ ସ୍ତ୍ରୀ

August 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ବାଲ୍ୟ ବିବାହର 7 ବର୍ଷ ପରେ ସ୍ତ୍ରୀଙ୍କୁ ଶାଶୁଘର ଆସିବାକୁ ସ୍ବାମୀ ଚାପ ପ୍ରୟୋଗ କରିବାରୁ ସ୍ତ୍ରୀ ଜଣକ ବର୍ବରତାର ସୀମା ଟପିଯାଇଛନ୍ତି । ପୁରୁଷଙ୍କ ଘୃଣା କରୁଥିବା ଏହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଧୋକ୍କାରେ ମାରି ତାଙ୍କ ମୃତଦେହକୁ ଟିକ୍‌ଟିକ୍‌ କରି କାଟି ନାଳରେ ଫୋପାଡିଥିବାର ସୂଚନା ରହିଛି । ସ୍ତ୍ରୀ ଜଣକ ନିଜ ଭଉଣୀମାନଙ୍କ ସହ ମିଶି ସ୍ବାମୀ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ । ସ୍ବାମୀଙ୍କ ନିଜ ଭଉଣୀଙ୍କ ଘରକୁ ଡାକି ନିଶା ଖାଦ୍ୟ ଓ ଇଞ୍ଜେକସନ୍‌ ଦେଇ ମାରି ଦେଇଥିଲେ। ଏହା ପରେ ଇଲେକ୍ଟ୍ରିକ୍‌ କଟର ଜରିଆରେ ହାତ ଗୋଡ ଓ ଶରୀରକୁ କାଟି ପଲିଥିନ୍‌ରେ ପ୍ୟାକିଂ କରି  ନାଳରେ ଫୋପାଡି ଦେଇଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତା ସ୍ତ୍ରୀ ଜଣକ ପୁରୁଷମାନଙ୍କ ଘୃଣା କରୁଥିବାବେଳେ ସେ ନିଜ ସ୍ବାମୀଙ୍କ ହତ୍ୟାକାରିଣୀ ପାଲଟିଛନ୍ତି । ସୀମା ଦୀର୍ଘ ଦିନଧରି ଅନ୍ୟ ଏକ ଯୁବତୀଙ୍କ ସହ ସମଲୈଙ୍ଗିକ ସମ୍ବନ୍ଧରେ ରହିଥିବାବେଳେ ସେ ପୁରୁଷମାନଙ୍କୁ ଘୃଣା କରୁଥିଲେ । ବିବାହ ପରେ ଯେତେବଳେ ତାଙ୍କ ସ୍ବାମୀ ତାଙ୍କୁ ଘରକୁ ନେବା ପାଇଁ ଜିଦ୍‌ ଧରିଲେ ସେତେବେଳେ ସୀମା ଏପରି ବର୍ବର କାଣ୍ଡ ଘଟାଇବା ପାଇଁ ମଧ୍ୟ ପଛାଇଲେ ନାହିଁ ।

ସ୍ବାମୀଙ୍କ ମର୍ଡର କରିବା ପାଇଁ ପୂରା ପ୍ଲାନିଂ ପ୍ରସ୍ତୁତି କରିଥିଲେ ତାଙ୍କ ସ୍ତ୍ରୀ ସୀମା । ଜୁସ୍‌ରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେବା ସହିତ ନିଶା ଇଞ୍ଜେକସନ୍‌ ବି ଲଗାଇ ଥିଲେ । ଏହା ପରେ ସେ ବାଥରୁମ୍‌ରେ ତାଙ୍କ ସ୍ବାମୀଙ୍କ ଶବକୁ ନେଇ ସେଠାରେ ଇଲେକ୍ଟ୍ରିକ୍‌ କଟର ସାହାଯ୍ୟରେ କାଟି ଖଣ୍ଡଖଣ୍ଡ କରିଥିଲେ । ଏହା ପରେ ଏହାକୁ ଏକ ପଲିଥିନ୍‌ରେ ପ୍ୟାକ୍‌ କରି ଅଲଗା ଅଲଗା ସ୍ବେରଜେ୍‌ରେ ଫୋପାଡି ଥିଲେ ।

ତେବେ ଅଭିଯୁକ୍ତା ସୀମାଙ୍କଙ୍କ ସହିତ ତାଙ୍କ ଭଉଣୀ ପ୍ରିୟଙ୍କା, ବବିତା ଓ ତାଙ୍କ ଭଉଣୀଙ୍କ ମିତ୍ର ଭୀୟାରାମଙ୍କୁ ଗିରଫ କରିଛି । ତେବେ ଚରଣ ସିଂହଙ୍କ ଶରୀରର କିଛି ଅଂଶ ଏବେବି ମିଳିନାହିଁ । ତେବେ ଇଲେକ୍ଟ୍ରିକ୍‌କଟର ମଧ୍ୟ ପୋଲିସ୍‌ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଚରଣ ସିଂହ କୃଷି ବିଭାଗରେ କାର୍ଯ୍ୟରତ ଥିବାବେଳେ ସେ 2013 ମସିହାରେ ବାଲ୍ୟ ବିବାହ କରିଥିଲେ । ତେବେ ବିବାହର 7ବର୍ଷ ପର୍ଯ୍ୟନ୍ତ ସୀମା ତାଙ୍କ ବାପ ଘରେ ରହୁଥିଲେ । ତେବେ କିଛି ମାସ ପୂର୍ବେ ମୃତ ଚରଣ ସିଂହ ନିଜ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପତ୍ନୀ ଶାଶୁ ଘରକୁ ଯିବାକୁ ମନା କରିଦେଉଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ଏହା ପରେ ସୀମା ଅଗଷ୍ଟ 10 ତାରିଖ ଚରଣ ସିଂହଙ୍କୁ ଘରକୁ ଡାକି ତାଙ୍କ ସହ ଏପରି ବର୍ବରୋଚିତ କାଣ୍ଡ ଘଟାଇଥିଲେ ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.