ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 9ଜଣଙ୍କର ମୃତ୍ୟୁହୋଇଛି । ସମ୍ବଲପୁରରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2, ଗଞ୍ଜାମ,କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ସମ୍ବଲପୁରରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ ଯଥାକ୍ରମେ 65 ଓ 50 ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ 74 ଓ 78 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । କଟକରୁ ମୃତ୍ୟୁବରଣ କରିଥିବା ମହିଳାଙ୍କ ବୟସ 50 ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ 50 ବର୍ଷ ବୋଲି ସୂଚନା ରହିଛି । ସେହିପରି ଗଞ୍ଜାମରୁ 53 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରୁ 58 ଓ ନୟାଗଡରୁ 75 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 333କୁ ବୃଦ୍ଧି ପାଇଥିବାବେଳେ ଗଞ୍ଜାମରେ ଏହି ସଂଖ୍ୟା 152କୁ ବୃଦ୍ଧି ହୋଇଛି । ସେହିପରି କଟକରେ 16, ସମ୍ବଲପୁରରେ 7, କେଉଁଝରରେ ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି ହୋଇଥିବାବେଳେ ନୟାଗଡରେ ଏହା 9କୁ ବୃଦ୍ଧି ହୋଇଛି ।