କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ

Published: Aug 15, 2020, 6:42 pm IST

ଭୁବନେଶ୍ବର, ଆଜି ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ବେଶୀ ଲୋକ ନ ଥିଲେ। ହେଲେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ଏହି ଉତ୍ସବ ଏକ ନୂଆ ଉଦାହରଣ ପାଲଟିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର ଚାଳକ ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି. କେ ପାଣ୍ଡିୟାନ। କାରଣ ଥିଲା କରୋନା ଭୟ।

ଓଡିଶାରେ କରୋନା ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ଘରେ ବସି ସରକାରୀ କାମ କରୁଛନ୍ତି। ଦୀର୍ଘ ଛଅ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମାତ୍ର ଦୁଇ ତିନି ଥର ଆସିଥିବେ। ନଚେତ ସବୁବେଳେ ସେ ନିଜ ବାସଭବନରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ସରକାରୀ କାମ କରନ୍ତି।

ହେଲେ ସ୍ବାଧୀନତା ଦିବସ ପାଳନ ତ ଭିଡିଓ କନପ୍ରେନସିଂ ମାଧ୍ୟମରେ ହୋଇ ପାରିବ ନାହିଁ। ଫଳରେ ସେ କିପରି ଉତ୍ସବ ସ୍ଥଳକୁ ଯିବେ ସେ ନେଇ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇବ ଟି ସଚିବ ଚିନ୍ତାରେ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇ ନେବେ ବୋଲି ନିଷ୍ପତି କଲେ। ଫଳରେ ନବୀନ ନିବାସରୁ ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ପାଣ୍ଡିୟାନ ନିଜେ ଗାଡି ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ଆଣିଥିଲେ।

Related posts