ଲଜ୍ୟା :  ନାବାଳିକାକୁ ଅପହରଣ ଓ ଗଣ ଦୁଷ୍କର୍ମ

Published: Aug 15, 2020, 3:45 pm IST

ନୂଆଦିଲ୍ଲୀ : ସମଗ୍ର ଦେଶ ସ୍ୱାଧୀନତା ଦିବସ ମନାଉଥିବା ବେଳେ ଏହାର ଅବ୍ୟବହତି ପୂର୍ବରୁ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ଜାତୀୟ ରାଜଧାନୀରେ ଏହି ଲଜ୍ଜାଜନକ ଘଟଣା ଗୁରୁବାର ରାତିରେ ଘଟିଛି ।  ଦକ୍ଷିଣ ପୂର୍ବ ଦିଲ୍ଲୀର ଜେଜେ କଲୋନୀ ଭିତରେ କମନ୍‌ ବାଥରୁମ ବ୍ୟବହାର କରିବାକୁ ସେ ଘରୁ ବାହାରକୁ ଯାଉଥିବା ବେଳେ ଦୁଇଜଣ ବ୍ୟକ୍ତି 13 ବର୍ଷର ବାଳିକାକୁ ଅପହରଣ ଓ ଗଣଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ପଡୋଶୀ ବୋଲି ଜଣାପଡିଛି ।

ପୀଡିତା ଜଣକ ସାଧାରଣ ୱାଶରୁମ୍ ବ୍ୟବହାର କରିବା ପାଇଁ ରାତି ପ୍ରାୟ 9ଟା ସମୟରେ ପୀଡ଼ିତା ଜଣକ କମନ୍‌ ବାଥରୁମ୍‌ ବ୍ୟବହାର କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ସେ ଘରୁ ବାହାରକୁ ଆସିବା ପରେ ଅଭିଯୁକ୍ତ ପଡୋଶୀ ତାଙ୍କୁ ନିକଟ ଜଙ୍ଗଲକୁ ଟାଣି ନେଇଥିଲେ। ଏହାପରେ ତାଙ୍କସହିତ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଅପରାଧ କରିବା ପରେ ଘଟଣାସ୍ଥଳରୁ ପଳାୟନ କରିଥିଲେ। ବାଳିକାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । (ଏଜେନ୍ସି)

Related posts