Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅମାନୁଷିକ କାଣ୍ଡ : ନାବାଳିକା ସହ ଗଣଦୁଷ୍କର୍ମ ପରେ ବୀଭତ୍ସ କାଣ୍ଡ ଘଟାଇଲେ ଅଭିଯୁକ୍ତ
ଅପରାଧ

ଅମାନୁଷିକ କାଣ୍ଡ : ନାବାଳିକା ସହ ଗଣଦୁଷ୍କର୍ମ ପରେ ବୀଭତ୍ସ କାଣ୍ଡ ଘଟାଇଲେ ଅଭିଯୁକ୍ତ

August 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରିଠାରୁ ଏକ ଲଜ୍ଜ୍ୟାଜନକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଦୁଷ୍କର୍ମ ସହ ନୃଶଂସ କାଣ୍ଡ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ତା’ ସହିତ ହୋଇଥିବା କ୍ରୁରତା ସମଗ୍ର ମାନବ ଜାତିକୁ ନିନ୍ଦିତ କରିଛି । ମିଳିଥିବା ସୂଚନା ଅନୁସାରେ 13 ବର୍ଷୀୟା ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ନାବାଳିକାର ଆଖି ପୋଡିବା ସହିତ ନାବାଳିକର ଜିଭ କାଟି ଦେଇଛନ୍ତି । କେବଳ ଏତିକି ନୁହେଁ, ଏହାସହିତ ନାବାଳିକାର ବେକରେ ପଟ୍ଟା ପକାଇ ତାକୁ ଘୋଷାରି ଘୋଷାରି ନେଇ ଆଖୁ କିଆରୀରେ ଫୋପାଡି ଦେଇଛନ୍ତି । ଜଣେ ନାବାଳିକ ସହ ଏପରି ଆଚରଣକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଯାଉଛି ।

ପୋଲିସ୍‌ର ସୂଚନା ଅନୁସାରେ ଅଗଷ୍ଟ 14 ତାରିଖ ଦ୍ବିପ୍ରହର ପ୍ରାୟ 1ଟା ସମୟରେ ନାବାଳିକା ଜଣକ ନିଜ ଘରକୁ ଶୌଚ ପାଇଁ ଆଖୁ କିଆରିକୁ ଯାଇଥିଲେ । ବହୁତ ଡେରି ହେବା ପରେ ଯେତେବେଳେ ଶିଶୁ କନ୍ୟାଟି ଘରକୁ ଫେରିନଥିଲା ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିବା ସହିତ ନାବାଳିକା ନିଖୋଜ ହେବାର ସୂଚନା ସ୍ଥାନୀୟ ପୋଲିସ୍‌ଠାରେ ଦେଇଛନ୍ତି ।

ଶିଶୁର ପିତା କାନ୍ଦି କାନ୍ଦି ଝିଅକୁ ଖୋଜି ଖୋଜି ଆଖୁ କିଆରୀ ଆଡକୁ ଯାଇଥିବାବେଳେ ସେଠାରେ ଝିଅର ମୃତଦେହକୁ ଦେଖିଥିଲେ । ଅଭିଯୁକ୍ତମାନେ ନାବାଳିକା ସହ ଦୁଷ୍କର୍ମ କରିବା ସହିତ ତା‘ ସହିତ ଏପରି କ୍ରୂରତା ଆଚରଣ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରିବାରଙ୍କ ଅଭିଯୋଗ କ୍ରମେ ତିନିଜଣ ଅଭିଯୁକ୍ତଙ୍କୁ ଏବେ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତଙ୍କ ଏପରି ବୀଭତ୍ସ କାଣ୍ଡକୁ  ଦେଖି ପୋଲିସ୍‌ ଧାରା 301 ଓ 201 ଆଧାରରେ ଗିରଫ କରି ମୋକଦ୍ଦମା ଜାରି ରଖିଛି ।

ଏହି ଘଟଣା ପରେ ବିଏସ୍‌ପି ଅଧ୍ୟକ୍ଷ ମାୟାବତୀ ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ନାବାଳିକାସହ ଦୁଷ୍କର୍ମ ପରେ ନୃଶଂସ ହତ୍ୟା ଅତି ଲଜ୍ୟାଜନକ ବୋଲି କହିଛନ୍ତି ମାୟାବତୀ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.