ଘରୋଇକରଣ ହେବ ଆଉ 6ଟି ବିମାନ ବନ୍ଦର

Published: Aug 19, 2020, 6:54 pm IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଦେଶର ଆଉ 6ଟି ଏୟାରପୋର୍ଟକୁ ଘରୋଇ ସଂସ୍ଥାକୁ ଦିଆଯିବ । ଅର୍ଥାତ୍ ଏହି ବିମାନବନ୍ଦର ଗୁଡ଼ିକର ପରିଚାଳନା ଓ ଅପରେସନ୍ ଘରୋଇ ସଂସ୍ଥା କରିବ । ଏହା ସହିତି ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସି()NRAକୁ କମନ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(CET) କରିବାକୁ ଅଧିକାର ଦିଆଯାଇଛି ।

ଏଣିକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ପ୍ରକାଶ ପାଉଥିବା ନନ୍‌ ଗେଜେଟେଡ୍‌ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ପ୍ରତିଷ୍ଠା କରିବେ । ଏହି ସଂସ୍ଥା ସିଇଟି ଆୟୋଜନ କରିବା। ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ । ଦେଶରେ ପାଖାପାଖି 20ଟି ରିକ୍ରୁଟମେଣ୍ଚ ଏଜେନ୍ସି ରହିଛନ୍ତି । ଏହାକୁ ବନ୍ଦ କରିବା ନେଇ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସି)

Related posts