24 ଘଣ୍ଟାରେ 68 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

Published: Aug 21, 2020, 10:50 am IST

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24  ଘଣ୍ଟା ମଧ୍ୟରେ 68 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 68 ହଜାର 898 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ 983ଜଣଙ୍କ ପ୍ରାଣହାନି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ 5 ହଜାର 824ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା 54 ହଜାର 849ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 21 ଲକ୍ଷ 58 ହଜାର 946 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 6 ଲକ୍ଷ 92 ହଜାର 28 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ 1.98 ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର 74 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି । ଏଠାରେ 21 ହଜାର 359ଜଣଙ୍କର କରୋନା ଯାେଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts