ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 9ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଓ ସୁନ୍ଦରଗଡ଼ରୁ 2 ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 428କୁ ବୃଦ୍ଧି ହୋଇଛି ।
ଏବେ ସୁଦ୍ଧା ଗଞ୍ଜାମରେ 181ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଖୋର୍ଦ୍ଧାରୁ 55, କଟକରେ 26ଜଣ, ସୁନ୍ଦରଗଡରେ 30 ଜଣ, ବଲାଙ୍ଗିରରେ 4ଜଣ ଗଜପତିରେ 18 ଜଣ, ବାଲେଶ୍ବରରେ 9ଜଣ, ସୁନ୍ଦରଗଡରେ 29 ଜଣଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଛି ।
Tags: