Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପ୍ରଥମ ଲୋକପାଳ ପୀନାକି ଘୋଷ
ଆଜିର ଖବର

ଭାରତର ପ୍ରଥମ ଲୋକପାଳ ପୀନାକି ଘୋଷ

March 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india got its first lokpal
india got its first lokpal

ଭାରତରେ ଲୋକପାଳ ବିଲ୍‌ ପାଶ୍‌ ହେବାର ଦୀର୍ଘ ୬ବର୍ଷ ପରେ ଦେଶକୁ ଏହାର ପ୍ରଥମ ଲୋକପାଳ ମିଳିଛି। ପୂବର୍ତନ ସୁପ୍ରିମ୍‌କୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ହେବାର ସୁଯୋଗ ମିଳିଛି। ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅଚ୍ଚର୍ନା ରାମସୁନ୍ଦରମ୍‌, ପୂବର୍ତନ ମହାରାଷ୍ଟ୍ର ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ମହେନ୍ଦ୍ର ସିଂ ଏବଂ ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମଙ୍କୁ ଏହି ଦଳରେ ଅଣନ୍ୟାୟିକ ସଦସ୍ୟ ଭାବରେ ମନୋନୀତ କରାଯାଇଛି। ସେହିପରି ଜଷ୍ଟିସ୍‌ ଦିଲିପ୍‌ ବି ଭୋସ୍‌ଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଶା କୁମାରୀ ଏବଂ ଅଜୟ କୁମାର ତ୍ରୀପାଠୀଙ୍କୁ ନ୍ୟାୟିକ ସଦସ୍ୟ ଭାବରେ ଏହି ଦୁର୍ନୀତି ନିବାରଣ ବିଭାଗରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କମିଟିର ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିବା ପରେ ସରକାରୀ ଭାବରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ରାଜ୍ୟ ଗୋଷ୍ଠୀ କ୍ରୀଡା ଦୁର୍ନୀତି ଏବଂ କୋଲ୍‌ଗେଟ୍‌ ଦୁର୍ନୀତି ଏବଂ ୨ଜି ଦୁର୍ନୀତି ପରେ ଆନ୍ନା ହଜାରେଙ୍କ ଦ୍ବାରା ୨୦୧୩ରେ ଆରମ୍ଭ ହାେଇଥିବା ଆନ୍ଦୋଳନକୁ ଦୀର୍ଘ ୬ବର୍ଷ ପରେ ସଫଳତା ମିଳିଛି। ଦୀର୍ଘଦିନର ଆନ୍ଦୋଳନ ପରେ ଏହା ଥମି ଯାଇଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ଉପରେ ଚାପ ବଜାୟ ରଖିଥିଲେ ଏବଂ ପରିଶେଷରେ ଏହି ଦୁର୍ନୀତି ନିବାରଣ ବିଭାଗ ଦେଶକୁ ମିଳିଛି। ମୋଦିଙ୍କ ନେତୃତ୍ବାଧୀନ ଏହି କମିଟିରେ ସୁପ୍ରିମ୍‌କୋର୍ଟ ବିଚାରପତି ରଞ୍ଜନ ଗୋଗୋଇ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏବଂ ପ୍ରଖ୍ୟାତ ନ୍ୟାୟବିତ୍‌ ମୁକୁଲ୍‌ ରୋହତାଗୀ ସଦସ୍ୟ ରହିଥିଲେ। ୬୬ବର୍ଷୀୟ ଘୋଷ  ମେ ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ଅବସର ଗ୍ରହଣ କରିବା ପରେ ଜୁନ୍‌ ୨୯ଠାରୁ ଜାତୀୟ ମାନବାଧିକାର କମିଶନର ସଦସ୍ୟ ରହି ଆସିଛନ୍ତି।

 

india thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025
Latest News

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.