Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୪ଟି ‘ନ’ ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର
ବିଶେଷ ଖବର

୪ଟି ‘ନ’ ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର

August 31, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନିଗମ କୁମାର ବେହେରା

ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ଏବଂ କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ରାଜ୍ୟ ସରକାର ମମତା ଯୋଜନା ମାଧ୍ୟମରେ ମା ପେଟରେ ଥିବା ଶିଶୁର ଯତ୍ନ ନେବା ଠାରୁ ଆରମ୍ଭ କରି ଜୀବନର ଶେଷରେ ମୃତ ବ୍ୟକ୍ତିକୁ ଚାରି ଖପରାରୁ ଉଦ୍ଧାର କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ବିଗତ ୨୦ ବର୍ଷ ସମୟସୀମା ମଧ୍ୟରେ ଓଡ଼ିଶାର ସାମଗ୍ରିକ ବିକାଶ କରିବା ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି ଏବଂ ଆଜି ଏକ ନୂତନ ଓଡ଼ିଶାର ଅଭ୍ୟୁଦୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ଆଜି ମଧ୍ୟ ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ରରେ ରାଜ୍ୟ ସରକାରକୁ ଅଧିକ ଧ୍ୟାନ ଦେବାକୁ ହେବ। ମୁଖ୍ୟତଃ ରାଜ୍ୟ ସରକାରଙ୍କୁ ୪ଟି ପ୍ରମୁଖ ବିଭାଗ ତଥା ‘୪ନ’ ପ୍ରତି ଗୁରୁତ୍ୱାରୋପ କରିବା ପଡ଼ିବ; ଏହି ‘୪ନ’ ହେଲା ଆଇନ୍, ଶିକ୍ଷାନୁଷ୍ଠାନ, ଗମନାଗମନ ଏବଂ ଡ଼ାକ୍ତରଖାନା।

ପ୍ରଥମ ନ’ ହେଉଛି ଆଇନ୍; ରାଜ୍ୟ ଗୃହ ବିଭାଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ନ୍ୟସ୍ତ ଥିବା ବେଳେ ନିକଟ କିଛି ବର୍ଷରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ସଂସାରର ସମସ୍ତ ଚ୍ୟୁକ୍ତି ନିଜ ଜୀବନରେ ସୁଖ-ଶାନ୍ତି ଚାହିଁଥାଏ କିନ୍ତୁ ଗରିବ ଓ ମଧ୍ୟବିତ୍ତ ପରିବାର ନ୍ୟାୟ ପାଇବା ପରିବର୍ତ୍ତେ ସର୍ବଦା ଉଭୟ ଥାନା ଓ ଅଦାଲତରୁ ନିରାଶ ଓ ଉପେକ୍ଷିତ ହୋଇଥାନ୍ତି। କିନ୍ତୁ ଚର୍ଚ୍ଚିତ କିମ୍ବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଏ। ଆଇନ୍ ନଜରରେ ସଭିଁଏ ସମାନ ଏହା ବର୍ତ୍ତମାନ ଏକ ଲୋକକଥା ହୋଇ ରହିଯାଇଛି; କାରଣ ଚର୍ଚ୍ଚିତ ବ୍ୟକ୍ତିକୁ ନ୍ୟାୟ ଦେବା ପାଇଁ ଅନେକ କଥାକଥିତ ସମାଜସେବୀମାନେ ସ୍ୱର ଉତ୍ତୋଳନ କରିଥାନ୍ତି କିନ୍ତୁ ଏହା ଗରିବ ଓ ମଧ୍ୟବିତ୍ତ ପରିବାରକୁ ନ୍ୟାୟ ଦେବା କ୍ଷେତ୍ରରେ ପ୍ରତିଫଳିତ ହୁଏ ନାହିଁ। ସେହିପରି ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ବ୍ୟଭିଚାର, ନିର୍ଯାତନା ଓ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି। ଏହାର ନିରାକରଣ ଦୂରର କଥା ରାଜ୍ୟ ଆଇନ୍ ବିଭାଗ ଦୋଷୀକୁ ଚିହ୍ନଟ ଏବଂ ଦଣ୍ଡିତ କରିବାରେ ସମ୍ପୂର୍ଣ୍ଣ ବିଫଳ। ବର୍ତ୍ତମାନ ପାପୀଙ୍କ ନଜରରୁ ନିଷ୍ପାପ ଶିଶୁ ଓ ନାବାଳିକା ମଧ୍ୟ ବାଦ ପଡ଼ୁନାହାନ୍ତି ଏବଂ ଏଭଳି କୁକର୍ମ ଉପାନ୍ତ କୋରାପୁଟ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳୁଛି। ଏହି ଲଜ୍ଜାକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ଅଦାଲତ ଗଠନ କରିବା ସହ ରାଜ୍ୟରେ ଖାଲି ପଡ଼ିଥିବା ପୋଲିସ୍ ପଦବୀ ପୂରଣ କରିବା ଉଚିତ୍। ଏହା ବ୍ୟତୀତ ଗୋଲାମଗିିରି ଓ ପକେଟ୍ ଗରମ କରିବା ନିଶା ତ୍ୟାଗ କରି ପୋଲିସ୍ ରାଜ୍ୟରେ କ୍ରାଇମରେଟ୍ ହ୍ରାସ କରିବା ଦିଗରେ ଆଗଭର ହେବା ସହ ସ୍ୱଳ୍ପ ସମୟରେ ପୀଡ଼ିତାକୁ ନ୍ୟାୟ ଦେବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ପ୍ରୟାସ କରିବା ଆବଶ୍ୟକ। ଫଳରେ ରାଜ୍ୟବାସୀଙ୍କ ନ୍ୟାୟିକ ବ୍ୟବସ୍ଥା ଉପରେ ପୁନଶ୍ଚ ବିଶ୍ୱାସ ଜନ୍ମ ହେବ ଏବଂ ଲୋକେ ଶାନ୍ତିର ସହ ବସବାସ କରିବେ।

ଦ୍ୱିତୀୟ ନ’ ହେଉଛି ଶିକ୍ଷାନୁଷ୍ଠାନ; ନବୀନ ବାବୁ କ୍ଷମତାକୁ ଆସିବା ପରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଅଧିକରୁ ଅଧିକ ଆକୃଷ୍ଠ କରିବା ପାଇଁ “ସର୍ବଶିକ୍ଷା ଅଭିଯାନ” ଏବଂ “ମଧ୍ୟାହ୍ନ ଭୋଜନ” ଭଳି ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଆଜି “ସର୍ବଶିକ୍ଷା ଅଭିଯାନ” ଏକ ବିପର୍ଯ୍ୟୟରେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଅଭାବ ହେତୁ ଅନେକ ସ୍କୁଲ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଆଜି ମଧ୍ୟ ଉପାନ୍ତ ଅଞ୍ଚଳରେ ପିଲାମାନେ ଶିକ୍ଷାରୁ ବଞ୍ଚିତ; କୋଭିଡ୍ ମହାମାରୀରେ ରାଜ୍ୟ ସରକାର ଅନଲାଇନ୍ ଶିକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି କିନ୍ତୁ ପ୍ରାୟ ୭୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ। ଡ଼ିଜିଟାଲ୍ ଶିକ୍ଷା ହିଁ ଭବିଷ୍ୟତ ଏଣୁ ରାଜ୍ୟ ସରକାରକୁ ଏଦିଗରେ ଯତ୍ନବାନ ହେବା ସହ ଗ୍ରାମାଞ୍ଚଳରେ ଅଧିକ ଟାୱାର୍ ସ୍ଥାପନ କରିବା ଆବଶ୍ୟକ। ଅନେକ ସ୍ଥାନରେ ଦେଖିବାକୁ ମିଳେ ମୋଟା ଅଙ୍କର ବେତନ ପାଇ ମଧ୍ୟ ଶିକ୍ଷକମାନେ ଶିକ୍ଷାଦାନ କରିବା ପରିବର୍ତ୍ତେ ସ୍କୁଲକୁ ମଧ୍ୟ ଆସନ୍ତି ନାହିଁ ରାଜ୍ୟ ସରକାର ସେଭଳି ଅଳସୁଆ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରିବା ଆବଶ୍ଯକ। ସ୍କୁଲଗୁଡ଼ିକ ପ୍ରତି ତିନି ମାସରେ ଅଭିବାଭକ ସମ୍ମିଳନୀ ଆୟୋଜନ କରି ଅଭିବାଭକଙ୍କ ଠାରୁ ଫିଡବ୍ୟାକ୍ ନେଇ ଶିକ୍ଷା କ୍ଷେତ୍ରକୁ ଆହୁରି ଉନ୍ନତର କରିବା ଉଚିତ୍ ଏବଂ ରାଜ୍ୟରେ ଖାଲି ପଡ଼ିଥିବା ଶହ ଶହ ଶିକ୍ଷକ ପଦବୀକୁ ସରକାର ଯଥାଶୀଘ୍ର ପୂରଣ କରିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ।

ତୃତୀୟ ନ’ ହେଉଛି ଗମନାଗମନ; ଆଜି ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳ ପକ୍କାରାସ୍ତାଯୁକ୍ତ କିନ୍ତୁ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ମାଟି ରାସ୍ତା ଆଜି ମଧ୍ୟ ସାତ ସ୍ୱପ୍ନ। ପକ୍କାରାସ୍ତା ଓ ସ୍ଥାୟୀ ପୋଲ ଅଭାବ ହେତୁ ଅନେକ ସମୟରେ ଜନନୀ ଯନ୍ତ୍ରଣା ଠାରୁ ଆରମ୍ଭ କରି ଶିକ୍ଷା ପାଇଁ ପିଲାମାନେ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ସ୍କୁଲ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ପୋଲ ଅଭାବ ହେତୁ ଅନେକ ସମୟ ଡ଼ଙ୍ଗାବୁ଼ଡ଼ି ଭଳି ଅଘଟଣ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଅଘଟଣ ଘଟିଲେ ରାଜ୍ୟ ସରକାର ନିଜ ଚିରାଚରିତ ଢ଼ଙ୍ଗରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ୨ ଲକ୍ଷର ଅନୁକମ୍ପା ତଥା ସହାୟତା ରାଶି ପ୍ରଦାନ କରିବାରେ ପାରଙ୍ଗମ କିନ୍ତୁ ସମସ୍ୟାର ମୂଳତ୍ପାଟନ ପାଇଁ ଇଚ୍ଛୁକ ନୁହନ୍ତି। ବିଭିନ୍ନ ସମୟରେ ଦେଖିବାକୁ ମିଳେ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକମାନେ ନିମ୍ନମାନର ରାସ୍ତା ପାଇଥାନ୍ତି। ନିମ୍ନମାନର କାମ କରୁଥିବା ଅଧିକାରୀକୁ ଜେଲ୍ ଓ ଠିକାଦାରକୁ ଜେଲ ସହ ତାହାର ଲାଇସେନ୍ସ ରଦ୍ଦ କରିବା ଉଚିତ୍। ଯଦି ଗୋଟିଏ କାମ ଉଚ୍ଚମାନର ହୁଏ ତେବେ ତାହା ବର୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ଏବଂ ରାଜ୍ୟ ରାଜକୋଷକୁ କ୍ଷତି ସହିବାକୁ ପଡ଼ିନଥାଏ। ଉଚ୍ଚମାନର କାର୍ଯ୍ୟର ନମୁନା ଆମକୁ ଇଂରେଜମାନଙ୍କ କାମରୁ ଦେଖିବାକୁ ମିଳେ, ଯାହା ଆଜି ମଧ୍ୟ ତିଷ୍ଠି ରହିବା ସହ ବଳିଷ୍ଠ ଇଞ୍ଜିନିୟରିଂର ପ୍ରମାଣ ଉପସ୍ଥାପନ କରୁଛି। ପ୍ରକୃତରେ ଗମନାଗମନ ସୁଗମ ହୋଇପାରିଲେ ସରକାରଙ୍କୁ ନିଜ ବିକାଶମୂଳକ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହଜ ହେବ ଏଣୁ ଗମନାଗମନ ବିକାଶର ବାର୍ତ୍ତାବାହାକ ଅଟେ ଏବଂ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ।

ଚତୁର୍ଥ ତଥା ଶେଷ ନ’ ହେଉଛି ଡ଼ାକ୍ତରଖାନା; ରାଜ୍ୟର ସରକାରୀ ଡ଼ାକ୍ତରଖାନାଗୁଡ଼ିକରେ ଆଜି ଡ଼ାକ୍ତର ମରୁଡ଼ି ଫଳସ୍ୱରୂପ ଉପଯୁକ୍ତ ଚିକିତ୍ସା ପାଇଁ ଆଜି ଲୋକମାନେ ବେସରକାରୀ ଡ଼ାକ୍ତରଖାନାଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳ। ଏହାଛଡ଼ା ସରକାରୀ ଡ଼ାକ୍ତରଖାନାରେ ଯେଉଁ କେତେକ ଡ଼ାକ୍ତର ନିଯୁକ୍ତି ପାଆନ୍ତି ସେମାନଙ୍କୁ ରୋଗୀମାନେ ଡ଼ାକ୍ତରଖାନା ପରିବର୍ତ୍ତେ ଖୋଜି ପାଆନ୍ତି ପ୍ରାଇଭେଟ୍ ନର୍ସିଂ ହୋମରେ। ସରକାର ପ୍ରତ୍ୟେକ ଜିଲ୍ଲାରେ ମେକିକାଲ୍ କଲେଜ ଗଢ଼ିବା ସହ ଡ଼ାକ୍ତରୀ ଶିକ୍ଷା ଫି’କୁ ହ୍ରାସ କରିବା ଶ୍ରେୟସ୍କର ଫଳରେ ଅଧିକରୁ ଅଧିକ ପିଲା ଡ଼ାକ୍ତରୀ ଶିକ୍ଷା ହାସଲ କରିପାରିବ। ବର୍ତ୍ତମାନ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଅତ୍ୟଧିକ ପ୍ରାଧାନ୍ୟ ଦେଉଛନ୍ତି ଆଶା କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିବେ ଏବଂ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦେବାରେ ସକ୍ଷମ ହେବେ।

ସରକାରୀ ବାବୁଙ୍କ ମୁଣ୍ଡରେ ଥିବା ପିସି ରୋଗର ନିରାକରଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କାରଣ ପିସି ସୁଶାସନରେ ବାଧକ। ଏହାର ଶୀଘ୍ର ସମଧାନ ଆବଶ୍ୟକ ନଚେତ ସେଦିନ ଦୂର ନାହିଁ ପିସି ମହାଦ୍ରୁମ ନବୀନ ସରକାରର ପତନର ପ୍ରମୁଖ କାରଣ ପାଲଟିବ। ବର୍ତ୍ତମାନ ରାଜ୍ୟ ସରକାର ପିସିକୁ ଗୁରୁତର ସହ ନେବା ସହ “ମୋ ସରକାର” ଅଧୀନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କରୁଛନ୍ତି; ଯାହା ଜନସାଧାରଣଙ୍କ ମଧ୍ୟରେ ପୁଲକ ଆଣିଥିବା ବେଳେ ଲାଞ୍ଚୁଆ ଅଧିକାରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଉପରୋକ୍ତ ୪ଟି ନ’ ଉପରେ ରାଜ୍ୟ ସରକାର କାର୍ଯ୍ୟ କଲେ ପୁନଶ୍ଚ ଜନତା ନିକଟରେ ଆସ୍ଥାଭାଜକ ହୋଇପାରିବେ ଏବଂ ଆମ ସଭିଁଙ୍କ ପ୍ରିୟ ନବୀନ ବାବୁ ଜୀବନର ଶେଷ ପର୍ଯ୍ୟନ୍ତ ଅପରାଜୟ ହୋଇ ସାଢ଼େ ଚାରି କୋଟି ଜନତାର ସେବା କରିବେ॥

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.