ଭୁବନେଶ୍ବର: ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାୟଗଡାରୁ ସର୍ବାଧିକ ୬୦୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୂରଭଞ୍ଜରୁ ୧୨୦, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ବରରୁ ୮୩, କନ୍ଧମାଳରୁ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗିରିରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦, ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୫, କେନ୍ଦୁଝରରୁ ୨୯, ଦେବଗଡରୁ ୧୩, ସୋନପୁରରୁ ୧୩, ନୂଆପଡାରୁ ୯, ବୌଦ୍ଧରୁ ୬ ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ହଜାର ୨୮୬ କୁ ବୃଦ୍ଧି ହୋଇଛି। ରାଜ୍ୟରେ ମୋଟ ୨୫ ହଜାର ୭୦୫ ଜଣ କରୋନାରେ ସଂକ୍ରମଣ ହୋଇ ଚିକିତ୍ସିତ ହେଉଥିବା ବେଳେ ୪୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ରେକର୍ଡ ସଂଖ୍ୟକ ୪୦୫୩ କରୋନା ଆକ୍ରାନ୍ତ
Published:
Aug 31, 2020, 7:50 pm IST