କମ୍ୟୁନିଟି ହଲ ନିର୍ମାଣରେ ଦୁର୍ନୀତି, କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ 

Published: Sep 1, 2020, 12:08 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଳାକଟ ଗ୍ରାମର ଶୁଣ୍ଡି ପଡା ଠାରେ ତିନି ଲକ୍ଷ୍ୟ ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କମ୍ୟୁନିଟି ହଲ୍‌ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି, ଏହି କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ଧରି ଗ୍ରାମ ବାସୀ ଦାବି କରି ଆସୁଥିଲେ,ବିଧାୟକଙ୍କ ଅନୁରୋଧ କ୍ରମେ ଜୟପାଟଣା ବ୍ଲକରୁ ତିନି ଲକ୍ଷ ଟଙ୍କାରେ କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ମଞ୍ଜୁରୀ କରାଯାଇଥିଲା,ଏହି କମ୍ୟୁନିଟି ହଲ୍‌ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତାଙ୍କ ନିଜ ସଂପର୍କୀୟ ଲୋକଙ୍କୁ ଧରି ଗୃହ କାର୍ଯ୍ୟ ଆରମ୍ଭ କରି କାମ ସମାପ୍ତ ନ ହେବା ପୂର୍ବରୁ ଆସିଥିବା ଅର୍ଥକୁ ହଡପ କରିବାଥିବା ଏକ ସାଘାଂତିକ ଅଭିଯୋଗ ଆଣୁଛନ୍ତି ଗ୍ରାମବାସୀ, ଖାଲି ସେତିକି ନୁହେଁ କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତିନି ଲକ୍ଷ ଟଙ୍କାରେ କେବଳ ଦଶଟି ପିଲାର ଠିଆ କରି ଟଙ୍କା ହଡପ କରିଥିବା ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ନୀତି ଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ଙ୍କ ବିରୋଧରେ ତଦନ୍ତ କରି କି ପଦକ୍ଷେପ ନେବେ ନା ତାଙ୍କ ସହିତ ସଲା ସୁତୁରା ହୋଇ ତଦନ୍ତ ନାଁରେ ଦୁର୍ନୀତି କୁ ଚାପି ଦେବେ ନାହିଁ ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ବ୍ଲକ ପ୍ରଶାସନ ଦୁର୍ନୀତି ଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଉପରେ କେବେ କି ପଦକ୍ଷେପ ନେବେ ତାହା ଅଞ୍ଚଳ ବାସୀ ଦେଖିବାକୁ ବାକି ରହିଲା।

Related posts