ଦୁଇ ବର୍ଷ ପର୍ଯ୍ୟନ୍ତ ବଢିପାରିବ ମୋରାଟୋରିୟମ ଅବଧି : କେନ୍ଦ୍ର ସରକାର

Published: Sep 1, 2020, 2:55 pm IST

ନୂଆଦିଲ୍ଲୀ : ମୋରାଟୋରିୟମ ଉପରେ ସୁଧକୁ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ମୋରାଟେଗାରିୟମ ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ହେବ ମାତ୍ର ମୋରାଟୋରିୟମ ଉପରେ ସୁଧ ଛାଡ କରିବା ସମୀଚୀନ ନୁହେଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମତ ଦେଇଥିଲେ । ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ଏହି ମାମଲା ଉପରେ ବିଚାର କରି  ସରକାରଙ୍କୁ ସମାଲୋଚନା କରିବା ସହିତ ଆରବିଆଇ ଆଳରେ ସରକାର ଲୁଚି ପାରିବେ ନାହିଁ ବୋଲି ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, କରୋନା ଲକଡାଉନ କାରଣରୁ ଆରବିଆଇ ପକ୍ଷରୁ ମୋରାଟୋରିୟମ ସେବା ପ୍ରଦାନ କରାଯାଇଥିଲା । ତେବେ ଏହି ମୋରାଟୋରିୟମ ଉପରେ ସୁଧକୁ ବିରୋଧ କରି ମାମଲା ରୁଜୁ କରାଯାଇଥିଲା । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମ ଆର ଶାହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

Related posts