ବନ୍ୟା ଦୁର୍ଦ୍ଦଶା : ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓଦା ହୋଇଯିବା ପରେ ଶୁଖାଇବାରେ ବ୍ୟସ୍ତ ପରିବାର ଲୋକ

Published: Sep 2, 2020, 12:50 pm IST

ମହାରାଷ୍ଟ୍ର : ମହାରାଷ୍ଟ୍ରର ଭଣ୍ଡାରାରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଲୋକମାନେ ନାନା ହଇରାଣ ହରକତ ହେଇଛନ୍ତି । ଏହି ଲଗାଣ ବର୍ଷା ଯୋଗୁଁ ଜଣେ ଦିନ ମଜୁରିଆଙ୍କ ପରିବାର ଉପରେ ଦୁଃଖା ପାହାଡ ଲଦି ହୋଇପଡିଛି । ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି। ଭିଜା ଟଙ୍କାକୁ ସେ ତାଙ୍କ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାସ୍ତାରେ ଶୁଖାଉଛନ୍ତି। ରାସ୍ତାରେ ଟଙ୍କା ଶୁଖାଇବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଝିଅ ବିବାହ ପାଇଁ ଏକାଠି କରିଥିବା ଅନ୍ୟାନ୍ୟ ସମସ୍ତ ଜିନିଷ ବନ୍ୟା ଜଳରେ ଭାସି ଯାଇଥିବାବେଳେ ଓଦା ଟଙ୍କାଙ୍କୁ ସାଉଁଟି ଶୁଖାଇବାରେ ଲାଗିପଡିଛନ୍ତି । ଆସନ୍ତା ମାସରେ ଝିଅ ବାହାଘର ହେବାକୁ ଥିବାବେଳେ ବିଦର୍ଭରେ ବୈନଗଙ୍ଗା ନଦୀରେ ଜଳସ୍ତର ବଢିବା ଯୋଗୁଁ  ବନ୍ୟା ଆସି ସବୁ ଛାରଖାର କରିଦେଇଛି। ତେବେ କିଛି ଅଞ୍ଚଳରେ ପାଣି ହ୍ରାସ ହୋଇଥିବାବେଳେ କ୍ଷତି କିନ୍ତୁ ବହୁତ କରିଛି । ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଲୋକମାନେ ବହୁ ହଇରାଣ ହରକତ ହୋଇଛନ୍ତି ।

महाराष्ट्र में बाढ़ का कहर (फोटो आजतक)

ସୂଚନାଯୋଗ୍ୟ, ଭଣ୍ଡାରା ଓ ଗୋନ୍ଦିଆ ଜିଲ୍ଲାରେ 1994 ପରେ ଚଳିତଥର ବନ୍ୟା କ୍ଷତିଗ୍ରସ୍ତ କରିଛି । ଜିଲ୍ଲାରେ 62ଟି ଗ୍ରାମ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଚଳିତ ବନ୍ୟାରେ 18,000 ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ବହୁ ଅଞ୍ଚଳରେ ଘର ଭୁଶୁଡ଼ିବା ସହିତ ଚାଷୀଙ୍କ ଧାନ ଜମି ଆଦି ନଷ୍ଟ ହୋଇଛି । (ଏଜେନ୍ସି)

Related posts