ଭୁବନେଶ୍ବର : ୟୁଜି/ପିଜି ଫାଇନାଲ୍ ପରୀକ୍ଷା ପାଇଁ ଅଧିକ ସମୟ ମାଗିଛି ରାଜ୍ୟ । ୟୁଜି/ପିଜି ଫାଇନାଲ ସେମିଷ୍ଟର ଘୁଞ୍ଚାଇବାକୁ ଚିଠି କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ୟୁଜିସି ସଚିବଙ୍କୁ ଚିଠି କରାଯାଇଛି। ପରୀକ୍ଷା ଶେଷ ତାରିଖ ସେପ୍ଟେମ୍ବର 30 ପରିବର୍ତ୍ତେ ଅକ୍ଟୋବର 10 ଯାଏଁ ଘୁଞ୍ଚାଇବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ପରୀକ୍ଷା ସେପ୍ଟେମ୍ବର 20ରୁ ଅକ୍ଟୋବର 10 ମଧ୍ୟରେ କରାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର 30 ସୁଦ୍ଧା ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିକୋର୍ଟ ରାୟ ଦେଇଥିଲେ।
Tags: