ମୋଦିଙ୍କୁ ଚିଠି ଲେଖିଲେ ମମତା

Published: Sep 2, 2020, 5:25 pm IST

ନୂଆଦିଲ୍ଲୀ : ଜିଏସଟି ଦେୟ ପ୍ରଦାନକୁ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସାତ ଦିନର ସମୟ ପ୍ରଦାନ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଛଳନାରେ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ମମତା ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ବ୍ୟବସ୍ଥା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ମଧ୍ୟ ମମତା କହିଛନ୍ତି ।

ଦୁର୍ବଳ ଅର୍ଥନୀତି ପାଇଁ ଭଗବାନଙ୍କୁ ଦୋଷ ଦେଇ ସମସ୍ତ ରାଜ୍ୟ ମାନଙ୍କର ଋଣ ଭାର ବଢାଇବାର ପ୍ରୟାସ କରାଯାଉଛି ବୋଲି ମମତା ଚିଠି ଲେଖିଛନ୍ତି । ବର୍ତ୍ତମାନର ସରକାର ଉପରୁ ସମସ୍ତ ରାଜ୍ୟ ନିଜର ଆସ୍ଥା ହରାଇ ସାରିଲେଣି । ଜିଏସଟିକୁ ନେଇ ସରକାର ନିଜର ପ୍ରତିଜ୍ଞା ପୂରଣ ନକଲେ ଏହି ବିରୋଧାଭାସ ଆହୁରି ବଢିବ ବୋଲି ମମତା କହିଛନ୍ତି । ଅତୀତରେ ଜିଏସଟି ବ୍ୟବସ୍ଥାକୁ ପଶ୍ଚିମବଙ୍ଗ ପକ୍ଷରୁ ବିରୋଧ ମଧ୍ୟ କରାଯାଇଛି ।

Related posts