ରାଜ୍ୟରେ ଆଜି 8 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ମୋଟ୍‌ ମୃତ୍ୟୁ ସଂଖ୍ୟା 522କୁ ବୃଦ୍ଧି

Published: Sep 3, 2020, 10:55 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 8ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ କଟକ ଜିଲ୍ଳାରୁ 2ଜଣ, ବାଲେଶ୍ବର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 78 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 78ଓ 56 ବର୍ଷ ବୋଲି ସୂଚନା ରହିଛି। ସେହିପରି କଟକରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 66 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି।

ଭୁବନେଶ୍ବରର ମୃତ୍ୟୁ ଆକ୍ରାନ୍ତ ଜଣକ 72ବର୍ଷୀୟ ପୁରୁଷ ହୋଇଥିବାବେଳେ ବାଲେଶ୍ବରରୁ ଜଣେ 60ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲାର ମୃତକଙ୍କ ଜଣେ 50 ବର୍ଷୀୟା ମହିଳା ବୋଲି ସୂଚନା ରହିଛି ।

Related posts