24 ଘଣ୍ଟାରେ 83 ହଜାର ନୂତନ ଆକ୍ରାନ୍ତ, 1043 ମୃତ

Published: Sep 3, 2020, 11:23 am IST

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ 83 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ ଅତିକ୍ରମ କରିଛି। ଏହା ସହିତ ଭାରତ ବ୍ରାଜିଲ ଠାରୁ ମାତ୍ର 1 ଲକ୍ଷ ଆକ୍ରାନ୍ତ ପଛରେ ରହିଛି । 83 ହଜାର 883 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ 53 ହଜାର 407 ଛୁଇଁଛି । ଏହା ସହିତ 24 ଘଣ୍ଟା ମଧ୍ୟରେ 1043 ଜଣଙ୍କର ମୃତ୍ୟୁ ଘଟିଛି । ସମୁଦାୟ ମୃତ୍ୟୁ ସଂଖ୍ୟା 67 ହଜାର 376ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 29 ଲକ୍ଷ 70 ହଜାର 492 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 15 ହଜାର 538 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି ।

Related posts