ଭୁବନେଶ୍ବର : କରୋନା ରାଜ୍ୟରେ ତାର କାୟା ବିସ୍ତାର କରିସାରିଲେଣି । ଏହି ପରିସ୍ଥିତିରେ ରାଜନେତାଠାରୁ ଆରମ୍ଭ କରି କଳାକାର, ସାଧାରଣ ଜନତା କେହି ବର୍ତ୍ତୁ ନାହାନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ପଦ୍ମିନୀ ଦିଆନ ଅନୁରୋଧ କରିଛନ୍ତ ।
ପୂର୍ବରୁ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କୃଷି ମନ୍ତ୍ରୀ ଅରୁଣ ସାହୁ ଓ କିଛି ବିଧାୟକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
Tags: