ସେପ୍ଟେମ୍ବର 30 ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

Published: Sep 3, 2020, 1:48 pm IST

ଭୁବନେଶ୍ବର: ସେପ୍ଟେମ୍ବର 30 ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଥମେ ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି।

ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି। ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଗାଇଡ୍ ଲାଇନ୍ ଆସିବା ପରେ ଆମ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Related posts