ମଦ ନିଶାରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

Published: Sep 3, 2020, 4:51 pm IST

ହରିୟାଣା : ହରିୟାଣା ସୋନିପତର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଠାରେ ଜଣେ ପ୍ରେମିକ ମଦ ନିଶାରେ ପ୍ରେମିକାର ଗଳା ଚିପି ହତ୍ୟା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶ୍ରବଣ  ଓ ସବିତା ବିହାରର ବେଗୁସରାୟରେ ଗତ ଚାରି ମାସ ଧରି ଏକାସାଙ୍ଗରେ ରହୁଥିଲେ । ମଙ୍ଗଳବାର ଦିନ କିଛି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଶ୍ରବଣ ରାଗରେ ସବିତାଙ୍କୁ ଗଳା ଚିପି ହତ୍ୟା କରିଦେଇଥିଲେ । ଏହାପରେ ଶ୍ରବଣ ବୃଜେଶ ନାମକ ଜଣେ ବନ୍ଧୁଙ୍କସହିତ  ଶାହାଜାହାନପୁର ଗ୍ରାମର ଏକ ଶ୍ମଶାନ ଘାଟ ନିକଟସ୍ଥ ଏକ କ୍ଷେତରେ ସବିତାଙ୍କ ମୃତଦେହକୁ ପୋତି ଦେଇଥିଲେ । ଏହି ମାମଲାର ଜଣାପଡିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସ୍‌ ଏହି ଘଟଣାରେ ଶ୍ରବଣ ଓ ବ୍ରିଜେଶଙ୍କୁ ଗିରଫ କରିନେଇଛନ୍ତି । (ଏଜେନ୍ସି)

Related posts