ପରୀକ୍ଷା ପାଇଁ ଏସ୍‌ଓପି ଜାରି

Published: Sep 3, 2020, 6:35 pm IST
High-school

ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍‌ରେ ହେବାକୁ ଥିବା ପରୀକ୍ଷା ପାଇଁ ଏସ୍‌ଓପି ଜାରି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏହି ଏସ୍‌ଓପି ଜାରି କରାଯାଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବନି। ତେବେ ଏଭଳି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ ବୋଲି ସୂଚନା ରହିଛି ।  ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବେ। ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ନେଇ ବି ସ୍ୱତନ୍ତ୍ର ବ୍ୟବସ୍ଥା ହେବ।

ସେହିପରି ପ୍ରଶ୍ନ ପେପର୍‌ ଓ ଉତ୍ତର ଖାତା ଧରିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜ୍‌ କରାଯିବ । କରୋନା ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଥିବାବେଳେ ପରୀକ୍ଷାଗୁଡିକୁ ଅନୁମତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଜେଇଇ ମେନ୍ ଏବଂ ନିଟ୍ ଆରମ୍ଭ ହୋଇଥିବା ବେଳେ ପିଜି ଓ ୟୁଜି ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। (ଏଜେନ୍ସି)

Related posts