Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସିବିଆଇ ପାଇଁ ଏକ ଶୋକବାର୍ତ୍ତା
ବିଶେଷ ଖବର

ସିବିଆଇ ପାଇଁ ଏକ ଶୋକବାର୍ତ୍ତା

October 24, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ସାଢେ ଚାରି ବର୍ଷ ଭିତରେ ଆମ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାଙ୍ଗିଛି। ଯୋଜନା କମିଶନ, ରିଜର୍ଭ ବ୍ୟାଙ୍କ, ମହାଲେଖା ନିୟନ୍ତ୍ରକ ଭଳି ଅନୁଷ୍ଠାନ ଗୁଡିକ ଏହି ସମୟ ଭିତରେ ଭାଙ୍ଗିଛନ୍ତି ଅଥବା ଅକାମୀ ହୋଇପଡିଛନ୍ତି। ପରିଶେଷରେ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ମଧ୍ୟ ମୋଦୀ ସରକାର ଏକପ୍ରକାର ଅଚଳ କରିଦେଇଛନ୍ତି। ଗତ କିଛି ମାସ ହେଲାଣି ସିବିଆଇ ଭିତରେ ଏହାର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭିତରେ ଶୀତଳ ଯୁଦ୍ଧ ଲାଗିରହିଥିଲା। ଏମାନେ ପରସ୍ପର ବିରୋଧରେ ଗୋଟି ଚାଳନା କରିବା ସହିତ ରାଜନୈତିକ ଗୁଣ୍ଡାଗିରିରେ କିଏ ସରକାରଙ୍କର ଅଧିକ ପ୍ରିୟପାତ୍ର ହେବ, ସେ ପ୍ରତିଯୋଗିତାରେ ସାମିଲ ଥିଲେ। ତେବେ ରାଫାଲେ କିଣା ଦୁର୍ନୀତିର ଅଭିଯୋଗ ସିବିଆଇ ପାଖରେ ପହଞ୍ଚିବା ପରେ ମୋଦୀ ସରକାର ଛାନିଆ ହୋଇପଡିଥିଲେ। ଏକଦା ପୋଶା ଶୁଆ  ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସରକାରକୁ ଆଖି ଦେଖାଇବା ଆରମ୍ଭ କରିଥିଲେ। ବର୍ମା ତାଙ୍କର ଶେଷ ବାଜି ଲଗେଇ ମୋଦୀ ସରକାରଙ୍କ ପ୍ରିୟ ଥିବା ରାକେଶ ଆସ୍ଥାନାଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ମୂଳରୁ ରାକେଶ ଆସ୍ଥାନାଙ୍କ ନାଁରେ ବହୁ ପ୍ରକାର ଭ୍ରଷ୍ଟାଚାର ଅଭିଯୋଗ ରହିଥିଲା। ତା ସତ୍ତ୍ୱେ ଗୁଜରାଟ ମୋଡେଲକୁ ସିବିଆଇ ଭିତରେ କାର୍ୟକାରୀ କରାଇବା ଲାଗି ଆସ୍ଥାନାଙ୍କୁ ସେଠି ଅବସ୍ଥାପିତ କରାଗଲା।

ତେବେ ଏହାର ପରିଣତି ହେଲା କଣ? ଚବିଶ ଅକ୍ଟୋବର ଅଧରାତିରେ ପୋଲିସ ଲଗାଇ ଭାରତ ସରକାର ସିବିଆଇ ଦଖଲ କଲେ। ଏକ ସ୍ଵାଧୀନ ଓ ସାମ୍ବିଧାନିକ ସଂସ୍ଥା କୁ ରାତାରାତି ସରକାରୀ ବୋକାଚାବୁହା ସଂସ୍ଥାରେ ପରିଣତ କରି ଦିଆଗଲା। ୨୦୧୩ ମେ ମାସରେ ତତ୍କାଳୀନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ସିବିଆଇ ନିର୍ଦ୍ଦେଶକଙ୍କୁ ତଲବ କରିଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଆଜି ପ୍ରଧାନମନ୍ତ୍ରୀ ରାତାରାତି ସିବିଆଇ ନିର୍ଦ୍ଦେଶକଙ୍କୁ କେବଳ ବଦଳେଇ ନାହାନ୍ତି, ତାଙ୍କ କାର୍ୟାଳୟରେ ଚଢାଉ କରି ଦପ୍ତରକୁ ସିଲ କରିଛନ୍ତି। ଏବେ ୨୪ ଘଣ୍ଟା ଭିତରେ ସିବିଆଇର ସବୁ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଉଛି।

ଏବେ ବଡ ପ୍ରଶ୍ନ ହେଲା, ସରକାର ଏ ସବୁ କରିବା ପାଇଁ ଆଇନ ଦୃଷ୍ଟିରୁ ଅଧିକାର ପ୍ରାପ୍ତ କି? ବର୍ତ୍ତମାନ ସିବିଆଇ ଲୋକପାଳ ଆଇନ ଅନୁସାରେ ପରିଚାଳିତ ଓ ଏହାର ନିର୍ଦ୍ଦେଶକ କେବଳ ସରକାରୀ ବାବୁଙ୍କ ଦ୍ଵାରା ନିଯୁକ୍ତିପ୍ରାପ୍ତ ନୁହନ୍ତି। ସିବିଆଇ ନିର୍ଦ୍ଦେଶକ ବାଛିବାଲାଗି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧିଦଳ ନେତା ଓ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି (ବା ତାଙ୍କ ମନୋନୀତ ବିଚାରପତି) ଙ୍କୁ ନେଇ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ବସିଥାନ୍ତି। ଦୁଇ ବର୍ଷ ଲାଗି ଏହି ପଦବୀରେ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଏ। ତେଣୁ ସରକାର ଚାହିଁଲେ ତାଙ୍କୁ ରାତାରାତି ବିଦା କରିପାରିବେ ନାହିଁ। ଏ ସଙ୍କ୍ରାନ୍ତରେ ଆସନ୍ତା ଶୁକ୍ରବାର ଦିନ ସୁପ୍ରିମ କୋର୍ଟରେ ଶୁଣାଣୀ ହେଲାପରେ ସରକାରଙ୍କ ପଦକ୍ଷେପ ଆଇନ ସଙ୍ଗତ କି ନୁହେଁ ତାହା ଜଣା ପଡିବ।

ଅଧ ରାତିରେ ପୋଲିସ ଲଗାଇ ସିବିଆଇ ଦଖଲ ଅଭିଯାନ ଟି ଆମକୁ ଜରୁରୀ କାଳୀନ ପରିସ୍ଥିତି କଥା ମାନେ ପକାଇ ଦେଉଛି। ନିଜ ଏକଛତ୍ରବାଦୀ ମନୋବୃତ୍ତିକୁ ଚରିତାର୍ଥ କରିବା ଲାଗି ଯେ କୌଣସି ପ୍ରକାରେ କ୍ଷମତା ଦଖଲ ଓ ନିଜ ସହଯୋଗୀଙ୍କୁ ସୁରକ୍ଷା ଦେବାଲାଗି ଏହା ସରକାରୀ ଷଡଯନ୍ତ୍ର ବୋଲି ସ୍ପଷ୍ଟ ଜଣାପଡୁଛି। ବର୍ତ୍ତମାନ ମଧ୍ୟବର୍ତ୍ତୀ ନିର୍ଦ୍ଦେଶକ ଭାବରେ ଏମ॰ ନାଗେଶ୍ଵର ରାଓଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ରାଓ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ଓ ତାଙ୍କ ନାଁ ରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହି ଆସିଛି। ପୂର୍ବତନ ପୋଲିସ ଅଧିକାରୀ ସ୍ଵର୍ଗତ ବିନୟ ବେହେରା ଶ୍ରୀ ରାଓଙ୍କ ନାଁ  ରେ ଗୁରୁତର ଅଭିଯୋଗ ଆଣିଥିଲେ। ୟୁନିଫର୍ମ କିଣା ମାମଲାରେ ପ୍ରାୟ ତିନି କୋଟି ଟଙ୍କାର ଦୁର୍ନୀତିରେ ଶ୍ରୀ ରାଓ ସମ୍ପୃକ୍ତ ଥିଲେ ବୋଲି ୨୯, ଜୁନ, ୨୦୧୬ ର ଟାଇମ୍ସ ଅଫ ଇଣ୍ଡିଆ ରେ ଏକ ଖବର ପ୍ରକାଶିତ ହୋଇଥିଲା। ସିବିଆଇ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବେଦାଗ ଛବି ଥିବା ଅଧିକାରୀଙ୍କୁ ବାଛିବାର ନିୟମ ରହିଛି। ତେବେ ଆସ୍ଥାନା ଓ ନାଗେଶ୍ଵର ରାଓଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି।

ଆଜି ସିବିଆଇର ଗୁରୁତ୍ଵ ଓ ମର୍ଯାଦା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହା କେବଳ ସିବିଆଇର କ୍ଷତି କରିନାହିଁ, ଲୋକ ଲୋଚନରେ ଏହା ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଇଳା କରିଦେଇଛି। ମୋଦୀ ନିଜର ଚାଟୁକାର ଅଧିକାରୀଙ୍କୁ ବଞ୍ଚାଇବାକୁ ଯାଇ ସିବିଆଇର ସର୍ବନାଶ କରିଛନ୍ତି ବୋଲି ସାଧାରଣରେ ଏକ ବାର୍ତ୍ତା ପ୍ରଚାରିତ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଆଉ ବଢିବ ନାହିଁ ଚିନି ମୂଲ୍ୟ!: ଯୋଗାଣ ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର

August 31, 2026

ଏସିଆ କପର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ସ୍ମୃତି ମନ୍ଧାନା: ହାସଲ କଲେ ବଡ଼ ସଫଳତା

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026
Latest News

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.