ଭୁବନେଶ୍ୱର: ଅଭିନେତା ତଥା ଅନୁଭବ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର 12 ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଛନ୍ତି । ଆଠ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି । 2014 ଫେବୃଆରୀ 8ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା । ବାହାଘର ବେଳେ 50 ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବର୍ଷା । ସେହିପରି ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ସେହିପରି ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର14କୁ ଘୁଞ୍ଚିଛି ।
ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ମଧ୍ୟ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। 47 ପୃଷ୍ଠାର ପିଟିସନ୍ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ।