Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବର୍ଷା-ଅନୁଭବ ପରିବାର ବିବାଦ ମାମଲା: ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ

କଟକ: ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ହାଇକୋର୍ଟ ଏକ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି। ସୋସିଆଲ ମିଡିଆରେ ଦେଉଥିବା ମନ୍ତବ୍ୟକୁ ନେଇ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି। ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ନଦେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ଆଉ କୌଣସି ଭିଡିଓ ପୋଷ୍ଟ କରାନଯିବ, ସେଥିପାଇଁ ଅନୁଭବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଏଭଳି ଭିଡିଓ ପୋଷ୍ଟ କରୁଥିବାରୁ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରଥମେ ପୁରିଘାଟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁନର୍ବାର ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ କରି ଅନୁଭବଙ୍କ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଯାହାଦ୍ଵାରା ଆଜି ଏହି ମାମଲାର ଶୁଣାଣି ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ଜାରୀ କରିଛନ୍ତି। ଏଥର ସେ ସିଧା ବର୍ଷାଙ୍କ ନାଁ ନେଇ ତାଙ୍କର କଣ ଭୁଲ ଥିଲା ତାହା କହିଛନ୍ତି। ଏହି ଭିଡିଓକୁ ନିଜେ ଅନୁଭବ ତାଙ୍କ ୟୁଟିୟୁବରେ ଲୋଡ କରି ସମସ୍ତେ ଦେଖନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଏଥିରେ ସେ ତାଙ୍କର ଆଠ ବର୍ଷର ବାହାଘରର ଭିତିରି କଥାକୁ ଲୋକଲୋଚନକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ବର୍ଷାଙ୍କୁ ବାହା ହେଲି ସତ ହେଲେ ସେ ମୋତେ ସ୍ବାମୀର ଯାହା ଅଧିକାର ତାହା ଦେଲେ ନାହିଁ। ଜଣେ ସ୍ବାମୀ ହିସାବରେ ମୋର କଣ ସେହି ଅଧିକାର ପାଇବା ଯୋଗ୍ୟ ନୁହେଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସଂପର୍କ ଏକ ପବିତ୍ର ସଂପର୍କ। ହେଲେ ବର୍ଷା ସେ ସବୁକୁ ବିଭିନ୍ନ ଆଳ ଦେଖାଇ ଆଡେଇ ଦେଇଥିଲେ। ଏହା କଣ ଜଣେ ସ୍ତ୍ରୀର କର୍ତ୍ତବ୍ୟ ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଏହି ପ୍ରସଂଗ ଉଠାଇ ଅନୁଭବ ନିଜକୁ କହିଛନ୍ତି ମ୍ୟାରେଡ ବ୍ୟାଚଲର।

ସେ କହିଛନ୍ତି ଯେ, ମୁଁ ବର୍ଷାକୁ ବହୁ ଭଲ ପାଇ ବାହା ହେଲି। ବାହା ଘର ପରେ ମଧ୍ୟ ତାଙ୍କୁ ଭଲ ପାଇଲି। ହେଲେ ପରେ ମୁଁ ଜାଣିଲି ଯେ, ତାଙ୍କର ଭଲ ପାଇବାର ଆଗ୍ରହ ନାହିଁ। ଯାହା ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପରେ ଆମ ଭିତରେ ଆରମ୍ଭ ହେଲା ଟଣା ଓଟରା। ତାଙ୍କର ବ୍ୟବହାର ନେଇ ଆମ ପରିବାରର ସମସ୍ତେ ବିଶେଷ କରି ଗୁରୁଜନମାନେ ବ୍ୟତିବ୍ୟସ୍ତ ହୋଇପଡିଲେ।

ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଏହି ଭିଡିଓଟି ଅପଲୋଡ ହେବା ପରେ ବର୍ତ୍ତମାନ ପ୍ରାୟ ଦେଢଲକ୍ଷ ଲୋକ ଦେଖିସାରିଲେଣି। ଏପରିକି ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧର୍ଯ୍ୟ ଧରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ଜାରି କରି ନ୍ୟାୟ ପ୍ରଦାନରେ ବିଳମ୍ବକୁ ଦୁଃଖର ସହ କହିଥିଲେ। ହେଲେ ଏଥର ସେ ବର୍ଷା ତାଙ୍କୁ ସ୍ବାମୀର ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା : କୋର୍ଟରେ ହାଜର ହୋଇ ସମୟ ନେଲେ ଅନୁଭବ

ଭୁବନେଶ୍ୱର:  ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କୋର୍ଟରେ ଓକିଲଙ୍କ ଜରିଆରେ ଆଜି ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଆସନ୍ତା ଡିସେମ୍ବର 18 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା । ମଦ୍ୟପାନ କରିବା, ବିରୋଧ କଲେ ବାଡ଼େଇବା ଏମିତିକି ଗୋଇଠା ମାରନ୍ତି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ସେପଟେ ଅନୁଭବ ମଧ୍ୟ ଛାଡ଼ପତ୍ର ନେଇ କୋର୍ଟ ଯାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କଳି ଛିଣ୍ଡୁନାହିଁ । ବର୍ଷା ଶାଶୁ ଘରୁ ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ   ଅଭିନେତ୍ରୀ ବର୍ଷା ଏବଂ ତାଙ୍କ ଶାଶୁ ଥାନାର ଦ୍ବାରସ୍ଥ ହୋଇଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଘରୁ ତଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବର୍ଷା ଅଭିଯୋଗ ଆଣିଛନ୍ତି। ରହିବା ପାଇଁ କୌଣସି ବିକଳ୍ପ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ଘର ମରାମତି ହେବା ପାଇଁ ଘରର ସମସ୍ତ ସଦସ୍ୟ 10 ଦିନ ପାଇଁ ବାହାରେ ରହିବେ । ଘର ଖାଲି କରିବାକୁ ବର୍ଷା ରାଜି ହେଉନଥିବାର କହିଛନ୍ତି ମଧୁସ୍ମିତା । 60 ବର୍ଷର ତଳର ଘରକୁ ମରାମତି ପାଇଁ ବର୍ଷା ଘର ଖାଲି କରିବାକୁ କୁହାଯାଇଥିବାବେଳେ ବର୍ଷା ଏନେଇ ରାଜି ହେଉନାହାନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା-ଅନୁଭବ ମାମଲା : ଶୁଣାଣୀ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି  । ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଯେଉଁ ମାମଲା ଚାଲିଛି ତାହା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି  । ଉଭୟ ପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ  ଉଭୟ ପକ୍ଷର ଓକିଲଙ୍କୁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ତଥା ଓଲିଉଡ଼ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ  । ଅପରପକ୍ଷରେ କଟକରେ ମଧ୍ୟ ପାରିବାରିକ ହିଂସା, କ୍ଷତିପୂରଣ, ଦାମ୍ପତ୍ୟ ଜୀବନର ସୁରକ୍ଷା ଆଦି ଦାବିରେ ବର୍ଷା ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ କଟକରେ ରହୁଥିବାରୁ ପଟିଆଲ ହାଉସ କୋର୍ଟରେ ଅନୁଭବ ଦାଏର କରିଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଥିଲେ  । ଏଥିପାଇଁ ସେ ସୁପି୍ରମକୋର୍ଟ ଯାଇଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପଟିଆଲ ହାଉସକୋର୍ଟରେ ଅନୁଭବଙ୍କ ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି  ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷା ଅନୁଭବଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଲେ ସାମାଜିକ କର୍ମି

କଟକ, ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ କର୍ମି। ଆଜି ଅନୁଭବଙ୍କ ଘରେ ଏହି କର୍ମିମାନେ ଯାଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି। ତେବେ ବର୍ଷାଙ୍କ ଏକ ଜିଦ ସେ ଅନୁଭବଙ୍କ ପାଖରେ ରହିବେ। ତାଙ୍କ ଘରେ ଅନୁଭବଙ୍କ ଛଡା ଅନ୍ୟ କେହି ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି ନାହିଁ। ସେ ମଦପିଇ ଯେପରି ବ୍ୟବହାର କରୁଛନ୍ତି ତାହା ଅସହ୍ୟ ହୋଇପଡୁଛି। ହେଲେ ମୁଁ ଶାଶୁ ଘର ଛାଡି କୁଆଡେ ଯିବି ନାହିଁ ବୋଲି ବର୍ଷା କହିଛନ୍ତି। ତେବେ ଉଭୟଙ୍କ ମଧ୍ୟର କଣ ଶେଷ ନିଷ୍ପତି ହେଲା ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି, ତେଣୁ ବର୍ଷା ଶାଶୁ ଘରେ ହିଁ ରହିବେ : ଓକିଲ

କଟକ : ବର୍ଷା ପ୍ରିୟଦର୍ଶନୀ- ଅନୁଭବଙ୍କ ପାରିବାରିକ ହିଂସା ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଗତକାଲି ବର୍ଷା ପ୍ରିୟଦର୍ଶିନୀ 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ପୁଣି ଥରେ ଆଜି ସୁରକ୍ଷା ଲୋଡିଛନ୍ତି । ଦୁଇ ଅଜଣା ଯୁବକ ତାଙ୍କ ରୁମ୍‌ରେ ପଶି ରେକର୍ଡିଂ କରୁଥିବାର ଅଭିଯୋଗ କରିଥିଲେ । ଗତକାଲି ବର୍ଷାଙ୍କୁ ଖାଦ୍ୟ ଦେଲାବେଳେ ଭିଡିଓ ଶୁଟିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ ରୁମ୍‌ରେ ପଶି ଏସବୁ ଶୁଟିଂ କରିଥିବାବେଳେ ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । କିଏ ସେମାନଙ୍କୁ ପଠାଇଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ ବୋଲି ଓକିଲ କହିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ବର୍ଷା ପୋଲିସ୍‌ ଜଣାଇ ସୁରକ୍ଷା ମାଗିଥିଲେ । ଅପରପକ୍ଷରେ ବର୍ଷା ଶାଶୁଘରେ କାହିଁକି ରହିଛନ୍ତି ବୋଲି ଅନୁଭବଙ୍କ ଉକ୍ତିରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷାଙ୍କ ଓକିଲ । ବର୍ଷା ଏବେ ଶାଶୁଘରେ ରହିବେ ବୋଲି ବର୍ଷାଙ୍କ ଓକିଲା ରାମକୃଷ୍ଣ କହିଛନ୍ତି । ବର୍ଷା ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି । ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ । ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ ବୋଲି କହିଛନ୍ତି ଓକିଲ ।

ପାରିବାରିକ ହିଂସା ମାମଲାର କୋର୍ଟରେ ବିଚାରଧୀନ ଥିବାବେଳେ ଏହି ମାମଲର ପ୍ରାରମ୍ଭିକ ଶୁଣାଣି ଆସନ୍ତା ଅକ୍ଟୋବର 12 ତାରିଖରେ ଅନୁଷ୍ଠିତ ହେବ । ତେବେ ସେହିପରି ଗତକାଲିର ଘଟଣା ସମ୍ପର୍କରେ ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟି ଆଣିବେ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ପୁଣି ପୋଲିସଠୁ ସୁରକ୍ଷା ଲୋଡିଲେ ବର୍ଷା : ଦୁଇ ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ

କଟକ : ପୋଲିସଠାରୁ ସୁରକ୍ଷା ଲୋଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବର୍ଷା 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ଗତକାଲି ଜଣେ ମହିଳା କନେଷ୍ଟବଳ ବର୍ଷାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ଗତକାଲି ଘରେ ଥିବାବେଳେ 2 ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ କରିଛନ୍ତି ବର୍ଷା । ଦୁଇ ଯୁବକ ବେଡରୁମ୍‌ରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ଖାଉଥିବା ବେଳେ ଦୁଇ ଅଜଣା ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ପରେ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ। ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ସୁରକ୍ଷା ଅଧିକାରୀ। ଏହାପରେ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ୍‌ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।

ଅପରପକ୍ଷରେ ବର୍ଷାଙ୍କ ବେଡରୁମ୍‌ରେ ପଶି ଦୁଇ  ଯୁବକ ଭିଡିଓ ସୁଟ କରିବା ବେଳର ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ବେଳେ ଏହି ଭିଡ଼ିଓ ଗତକାଲିର କି ନୁହେଁ ତାହା ବର୍ଷାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଭିଡିଓରେ ବର୍ଷା କାହା ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ଯେଉଁ ଦୁଇ ଅଜଣା ଯୁବକ ବର୍ଷାଙ୍କ ବେଡରୁମ୍‌ରେ ପଶି ଭିଡ଼ିଓ ସୁଟ୍ କରୁଥିଲେ ସେମାନଙ୍କ ଭିଡିଓ ମଧ୍ୟ ବର୍ଷା ସୁଟ୍ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ସାଂସଦ ତଥା ଫିଲ୍ମଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଅନୁଭବଙ୍କ ବିରୋଧରେ ବର୍ଷା ଦାଖଲ କରିଥିବା ପାରିବାରିକ ହିଂସା ପିଟିସନ୍‌ର ଶୁଣାଣି ଅକ୍ଟୋବର 12କୁ ଘୁଞ୍ଚିଛି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅକ୍ଟୋବର 12 ତାରିଖକୁ ଘୁଞ୍ଚିଲା ବର୍ଷାଙ୍କ ପିଟିସନର ଶୁଣାଣି

ଭୁବନେଶ୍ୱର: ଅଭିନେତା ତଥା ଅନୁଭବ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର 12 ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଛନ୍ତି । ଆଠ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି  । 2014 ଫେବୃଆରୀ 8ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା  । ବାହାଘର ବେଳେ 50 ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବର୍ଷା । ସେହିପରି ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ସେହିପରି ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର14କୁ ଘୁଞ୍ଚିଛି ।

ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ମଧ୍ୟ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। 47 ପୃଷ୍ଠାର ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ।