ବର୍ଷା-ଅନୁଭବ ମାମଲା : ଶୁଣାଣୀ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published: Oct 16, 2020, 12:15 pm IST

ନୂଆଦିଲ୍ଲୀ : ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି  । ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଯେଉଁ ମାମଲା ଚାଲିଛି ତାହା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି  । ଉଭୟ ପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ  ଉଭୟ ପକ୍ଷର ଓକିଲଙ୍କୁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ତଥା ଓଲିଉଡ଼ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ  । ଅପରପକ୍ଷରେ କଟକରେ ମଧ୍ୟ ପାରିବାରିକ ହିଂସା, କ୍ଷତିପୂରଣ, ଦାମ୍ପତ୍ୟ ଜୀବନର ସୁରକ୍ଷା ଆଦି ଦାବିରେ ବର୍ଷା ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ କଟକରେ ରହୁଥିବାରୁ ପଟିଆଲ ହାଉସ କୋର୍ଟରେ ଅନୁଭବ ଦାଏର କରିଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଥିଲେ  । ଏଥିପାଇଁ ସେ ସୁପି୍ରମକୋର୍ଟ ଯାଇଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପଟିଆଲ ହାଉସକୋର୍ଟରେ ଅନୁଭବଙ୍କ ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି  ।

Related posts