ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି, ତେଣୁ ବର୍ଷା ଶାଶୁ ଘରେ ହିଁ ରହିବେ : ଓକିଲ

Published: Sep 8, 2020, 12:52 pm IST

କଟକ : ବର୍ଷା ପ୍ରିୟଦର୍ଶନୀ- ଅନୁଭବଙ୍କ ପାରିବାରିକ ହିଂସା ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଗତକାଲି ବର୍ଷା ପ୍ରିୟଦର୍ଶିନୀ 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ପୁଣି ଥରେ ଆଜି ସୁରକ୍ଷା ଲୋଡିଛନ୍ତି । ଦୁଇ ଅଜଣା ଯୁବକ ତାଙ୍କ ରୁମ୍‌ରେ ପଶି ରେକର୍ଡିଂ କରୁଥିବାର ଅଭିଯୋଗ କରିଥିଲେ । ଗତକାଲି ବର୍ଷାଙ୍କୁ ଖାଦ୍ୟ ଦେଲାବେଳେ ଭିଡିଓ ଶୁଟିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ ରୁମ୍‌ରେ ପଶି ଏସବୁ ଶୁଟିଂ କରିଥିବାବେଳେ ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । କିଏ ସେମାନଙ୍କୁ ପଠାଇଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ ବୋଲି ଓକିଲ କହିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ବର୍ଷା ପୋଲିସ୍‌ ଜଣାଇ ସୁରକ୍ଷା ମାଗିଥିଲେ । ଅପରପକ୍ଷରେ ବର୍ଷା ଶାଶୁଘରେ କାହିଁକି ରହିଛନ୍ତି ବୋଲି ଅନୁଭବଙ୍କ ଉକ୍ତିରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷାଙ୍କ ଓକିଲ । ବର୍ଷା ଏବେ ଶାଶୁଘରେ ରହିବେ ବୋଲି ବର୍ଷାଙ୍କ ଓକିଲା ରାମକୃଷ୍ଣ କହିଛନ୍ତି । ବର୍ଷା ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି । ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ । ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ ବୋଲି କହିଛନ୍ତି ଓକିଲ ।

ପାରିବାରିକ ହିଂସା ମାମଲାର କୋର୍ଟରେ ବିଚାରଧୀନ ଥିବାବେଳେ ଏହି ମାମଲର ପ୍ରାରମ୍ଭିକ ଶୁଣାଣି ଆସନ୍ତା ଅକ୍ଟୋବର 12 ତାରିଖରେ ଅନୁଷ୍ଠିତ ହେବ । ତେବେ ସେହିପରି ଗତକାଲିର ଘଟଣା ସମ୍ପର୍କରେ ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟି ଆଣିବେ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

Related posts