ଅକ୍ଟୋବର 12 ତାରିଖକୁ ଘୁଞ୍ଚିଲା ବର୍ଷାଙ୍କ ପିଟିସନର ଶୁଣାଣି

Published: Sep 7, 2020, 12:34 pm IST

ଭୁବନେଶ୍ୱର: ଅଭିନେତା ତଥା ଅନୁଭବ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର 12 ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଛନ୍ତି । ଆଠ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି  । 2014 ଫେବୃଆରୀ 8ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା  । ବାହାଘର ବେଳେ 50 ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବର୍ଷା । ସେହିପରି ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ସେହିପରି ପାରିବାରିକ କୋର୍ଟରେ ଥିବା ବର୍ଷାଙ୍କ ମାମଲା ଅକ୍ଟୋବର14କୁ ଘୁଞ୍ଚିଛି ।

ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ମଧ୍ୟ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପିଟିସନ୍ ଦାଖଲ କରିଛନ୍ତି। ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। 47 ପୃଷ୍ଠାର ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ।

Related posts