ଭୁବନେଶ୍ବର : ଆଜି ରାଜ୍ୟରେ 13ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ 3 ଜଣ ରହିଥିବାବେଳେ ଗଞ୍ଜାମ ଓ ରାୟଗଡା, ମୟୂରଭଞ୍ଜରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଭୁବନେଶ୍ବର, କନ୍ଧମାଳ, ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।
ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ମହିଳା ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 48 ଓ 72 ବର୍ଷ । ସେହିପରି ଗଞ୍ଜାମ ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 58 ଓ 50 ବର୍ଷ । ମୟୂରଭଞ୍ଜରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 24 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 70 ବର୍ଷୀୟ ପୁରୁଷ ।
ଅପରପକ୍ଷରେ ଭୁବନେଶ୍ବରରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ବୟସ 58 ବର୍ଷ ।ସେହିପରି କଟକରୁ ଆଜି 65 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 66 ବର୍ଷୀୟ ପୁରୁଷ, ସୋନପୁରରୁ 60 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 569କୁ ବୃଦ୍ଧି ହୋଇଛି ।