Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଏନ.ଏ.ସିର ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଆଜିର ଖବର

ବାଲୁଗାଁ ଏନ.ଏ.ସିର ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

September 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ପୂର୍ବତନ ନଗରପାଳ ସତ୍ୟଜିତ୍ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ବାଲୁଗାଁ ଏନ.ଏ.ସିର ପୂର୍ବତନ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଏବଂ ଯୁବନେତା ଭାବେ ସ୍ୱର୍ଗତଃ ସେନାପତି ଅଳ୍ପ ସମୟ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସତ୍ୟନାରାୟଣ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ମଧ୍ୟ ଜଡିତ ଥିଲେ ଏବଂ  ଏବିଭିପି ବାଣପୁର-ବାଲୁଗାଁ ନଗରର ଶୁଭେଚ୍ଛୁ ମଧ୍ୟ ଥିଲେ।

ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିବା ସ୍ୱର୍ଗତଃ ସେନାପତି ସର୍ବଦା ନିଜ ଦାୟୀତ୍ୱକୁ ସଠିକ୍ ଭାବେ ସଂପାଦନା କରୁଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ସ୍ୱର୍ଗତଃ ସେନାପତିଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ସେନାପତିଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ମହାନ୍ତି ଏବଂ ନାଏକ ପ୍ରାର୍ଥନା କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଠାକୁର ରଣଜିତ୍ ଦାଶ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ଏବିଭିପି ଓଡିଶା ପ୍ରଦେଶର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅଭିଳାଷ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

September 13, 2025

ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

September 13, 2025
Latest News

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

September 13, 2025

ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

September 13, 2025

ଭୁବନେଶ୍ୱରରେ ଗୋଖାଦ୍ୟ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.