Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା
ଆଜିର ଖବର

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ! ଅର୍ଣ୍ଣବର ପ୍ରଭାବ ନ ଲିଭୁଣୁ ଦାନା ବାନ୍ଧୁଛି ଆଉ ଏକ ସମ୍ଭାବ୍ୟ ବାତ୍ୟା ମୁରାସୁ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଅବପାତ। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ଏହା ଗତି କରୁଛି। ଅବପାତଟି ଚେନ୍ନାଇଠାରୁ ପ୍ରାୟ ୭୦୦ କିଲୋମିଟର ଏବଂ ବିଶାଖାପାଟଣା ଓ ମଛଲିପାଟଣମଠାରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ରହିଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୩ ସକାଳ ସୁଦ୍ଧା ଏହା ନେଲୋର ଓ ନରସପୁର ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିପାରେ। ବିଶେଷକରି ନଭେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। କେତେକ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିପାଇଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସତର୍କତା ଜରୁରୀ।

#BayOfBengal #CycloneMurasu #HeavyRainfall #OdishaWeather Cyclone Murasu CycloneAlert imd
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ କ୍ଷତିରେ ତୈଳ କମ୍ପାନୀ: ୩୭୦ ଟଙ୍କା ମହଙ୍ଗା ହେବ LPG ସିଲିଣ୍ଡର!

November 1, 2026

ଡବଲ ଇଞ୍ଜିନ, ଡବଲ ଶୂନ: ଯୋଗୀଙ୍କୁ ଅଖିଳେଶଙ୍କ କଟାକ୍ଷ

November 1, 2026

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ-ପୁଅ ମୃତ

November 1, 2026

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026
Latest News

ବଡ଼ କ୍ଷତିରେ ତୈଳ କମ୍ପାନୀ: ୩୭୦ ଟଙ୍କା ମହଙ୍ଗା ହେବ LPG ସିଲିଣ୍ଡର!

November 1, 2026

ଡବଲ ଇଞ୍ଜିନ, ଡବଲ ଶୂନ: ଯୋଗୀଙ୍କୁ ଅଖିଳେଶଙ୍କ କଟାକ୍ଷ

November 1, 2026

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ-ପୁଅ ମୃତ

November 1, 2026

ଉଜ୍ଜୟିନୀ ହୋଟେଲରେ ଭୟଙ୍କର ଦୁର୍ଘଟଣା, ଗ୍ୟାସ୍ ଲିକ୍‌ରେ ୪ ମୃତ

November 1, 2026

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.