Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ ୬ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ। ମୋଦୀ କହିଥିଲେ ଯେ ସରକାର ଗଙ୍ଗା ନିର୍ମଳ ପାଇଁ ୪ଟି ରଣନୀତିକୁ ନେଇ ଆଗକୁ ବଢ଼ୁଛନ୍ତି।

ପ୍ରଥମତଃ- ଅଧିକ ସଂଖ୍ୟାରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ (ଏସଟିପି) ନେଟୱର୍କ ବିଛାଇବା ଯାହାକି ବର୍ଜ୍ୟ ଜଳକୁ ଗଙ୍ଗା ନଦୀ ଭିତରକୁ ଯିବ ନାହିଁ।

ଦ୍ୱିତୀୟତଃ, ଆସନ୍ତା ୧୦-୧୫ ବର୍ଷକୁ ଆଖି ଆଗରେ ରଖି ଏସଟିପିଗୁଡ଼ିକୁ ନିର୍ମାଣ କରାଯିବ।

ତୃତୀୟତଃ ଗଙ୍ଗା ନଦୀ ତଟରେ ଥିବା ୫୦୦୦ ଗ୍ରାମ ଏବଂ ୧୦୦ ବଡ଼ ସହର/ନଗରକୁ ଖୋଲା ଶୌଚମୁକ୍ତ କରିବା।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ନମାମି ଗଙ୍ଗେ ମିଶନ ଅନ୍ତର୍ଗତ ୩୦,୦୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପୂରଣ ହୋଇସାରିଛି କିମ୍ବା ପ୍ରଗତି ପଥରେ ରହିଛି। ସେ କହିଥିଲେ ଯେ ଏସବୁ ପ୍ରକଳ୍ପରେ ଉତ୍ତରାଖଣ୍ଡରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ବିଗତ ୬ ବର୍ଷରେ ଉତ୍ତରାଖଣ୍ଡରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟର କ୍ଷମତା ୪ ଗୁଣା ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ମିଶିଥିବା ୧୩୦ଟି ନାଳକୁ ବନ୍ଦ କରିବା ଲାଗି ହୋଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବିଶେଷ କରି ଚନ୍ଦ୍ରଶେଖର ନଗର ନଳା ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଋଷିକେଶରେ ମୁନୀ କୀ ରେତୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ନୌକା ବିହାର କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟିକଟୁ ହେଉଥିଲା। ସେ ଏହି ନାଳକୁ ବନ୍ଦ କରିବା ଏବଂ ମୁନୀ କୀ ରେତୀରେ ୪ ମହଲାବିଶିଷ୍ଟ ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ମୋଦୀ କହିଥିଲେ ଯେ ଏହି ସମସ୍ୟାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ଯାହାଫଳରେ ପାଣି ସହ ଜଡ଼ିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେ କହିଥିଲେ ଯେ ଏହି ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଉପଲବ୍ଧ କରାଇବାର ମିଶନରେ ଯୋଡ଼ି ହୋଇ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖକୁ ୧୦୦ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ଯାହାର ଅନ୍ତର୍ଗତ ଏହି ୧୦୦ ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Latest News

ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.