ଅରୁଣାଚଳପ୍ରଦେଶ : ଦାନ୍ତ ସଫା କରିବା ପାଇଁ ଆମେ ବ୍ରସ୍ର ବ୍ୟବହାର କରିଥାଉ। ଅରୁଣାଚଳପ୍ରେଦଶର ଜଣେ 24 ବର୍ଷୀୟ ଯୁବକ ଦାନ୍ତ ସଫା କରୁ କରୁ ଦାନ୍ତ ଘଷା ବ୍ରସ୍ଟିକୁ ଗିଳି ଦେଇଥିଲେ । 19ସେଣ୍ଟିମିଟର ବ୍ରସ୍ ଜରିଆରେ ଜିଭ ସଫା ସଫା କରୁ କରୁ ବ୍ରସ୍ଟି ଖସି ପେଟ ଭିତରକୁ ଚାଲି ଯାଇଥିଲା । ତା’ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କର ଏକ୍ସରେ ଜରିଆରେ ବ୍ରସ୍ଟି ପେଟ ଭିତରେ ଥିବା ଜାଣିପାରିଥିଲେ । ଏହାପରେ ଏକ ସର୍ଜରୀ କରି ବ୍ରସ୍ଟିକୁ ପେଟ ଭିତରକୁ କାଢିବାରେସକ୍ଷମ ହୋଇଥିଲେ ।
ତେବେ ବ୍ରସ୍ଟି ପେଟ ଭିତରେ ରହିଥିବାବେଳେ ବେଳେ କୌଣସି ଦରଜ ହୋଇନଥିଲା । ତେବେ ପେଟର ଉପର ଭାଗରେ କିଛି ଅସହଜ ଅନୁଭୂତ ହେଉଥିଲା ବୋଲି ଯୁବକ ଜଣକ କହିଛନ୍ତି । ତେବେ ଡାକ୍ତର ଏକ ଛୋଟ ଅପରେସନ୍ ଜରିଆରେ ବ୍ରସ୍ଟିକୁ ବାହାର କରିଥିବାର ସଫଳ ହୋଇଥିଲେ । ତେବେ ବ୍ରସ୍ଟି ପେଟ ଭିତରକୁ ଚାଲିଯିବା ଦ୍ବାରା ପେଟର ଅନ୍ତଃସ୍ଥଳରେ କୌଣସି ପ୍ରକାରର କ୍ଷତି ହୋଇନାହିଁ କିମ୍ବା ଇନଫେକ୍ସନ୍ ମଧ୍ୟ ହୋଇନାହିଁ । ଏହି ଘଟଣା ସେପ୍ଟେମ୍ବର 15 ତାରିଖରେ ଘଟିଥିବାବେଳେ ଏହି ଘଟଣାର ଚର୍ଚ୍ଚା ଏପର୍ଯ୍ୟନ୍ତ ଚାଲି ରହିଛି । (ଏଜେନ୍ସି)