ଭୁବନେଶ୍ବର: ଆଜି ରାଜ୍ୟରୁ ୪୧୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୯୨ ଜଣ, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡାରୁ ୧୪୩, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ବରରୁ ୧୧୬, ସୁନ୍ଦରଗଡରୁ ୧୧୬, ବରଗଡରୁ ୧୧୪, ନବରଙ୍ଗପୁରରୁ ୮୯, ଭଦ୍ରକରୁ ୧୬, କନ୍ଧମାଳରୁ ୭୧, କେନ୍ଦ୍ରାପଡାରୁ ୧୦୭, ପୁରୀରୁ ୫୫, ବଲାଙ୍ଗିରିରୁ ୮୦, ମାଲକାନଗିରିରୁ ୩୪, ରାୟଗଡାରୁ ୬୪, ସୋନପୁରରୁ ୭୩, ଗଞ୍ଜାମରୁ ୬୭, କୋରାପୁଟରୁ ୭୩, ବୌଦ୍ଧରୁ ୪୪, ଢେଙ୍କାନାଳରୁ ୭୫, ନୟାଗଡରୁ ୫୦, ଦେବଗଡରୁ ୮, ଗଜପତିରୁ ୪୦ ଏବଂ ଷ୍ଟେଟ ପୁଲରୁ ୨୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ ଥିବା ବେଳେ ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି। ସେହିପରି ୨୯ ହଜାର ୪୫୧’ ଜଣ ଚିକିତ୍ସିତ ହେଉଥିବା ବେଳେ ୯୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।