Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି
ଅନ୍ତରାଷ୍ଟ୍ରୀୟ

ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି।

ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ଡିଜିଟାଲ ଟ୍ରାନ୍‌ସଫର୍ମେସନ ୱାର୍ଲଡ ସିରିଜ ୨୦୨୦ରେ ଗୁରୁବାର ଉଦ୍‌ବୋଧନ ଦେଇ ଅମ୍ବାନି କହିଛନ୍ତି, ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ଇଣ୍ଟରନେଟ ଅଫ୍ ଥିଙ୍ଗ୍‌ସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି। ଭାରତକୁ ନେତୃତ୍ୱ ସ୍ଥାନ ନେବାକୁ ହେଲେ ତାହାକୁ ଅଲ୍‌ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ ଉପରେ ଧ୍ୟାନ ଦେବାକୁ ପଡିବ।

ଜିଓର ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି, ଜିଓ ଆସିବା ପୂର୍ବରୁ ଭାରତ ପ୍ରାୟତଃ ୨ଜିରେ ସୀମିତ ରହିଥିଲା। ଜିଓ ଜରିଆରେ ଦେଶକୁ ପ୍ରଥମ ଥର ପାଇଁ ଆଇପି ଭିତ୍ତିିକ ନେଟୱର୍କ କନେକ୍ଟିଭିଟି ମିଳିଲା। ଦେଶରେ ୨ଜି ସେବା ପ୍ରଚଳନ କରିବାକୁ ଅବଶିଷ୍ଟ କମ୍ପାନୀଗୁଡିକ ୨୫ବର୍ଷ ସମୟ ନେଇଥିବାବେଳେ ଜିଓ ମାତ୍ର ୩ବର୍ଷ ମଧ୍ୟରେ ଭାରତରେ ୪ଜି ନେଟୱର୍କ କାର୍ଯ୍ୟକାରୀ କଲା ।

ସୁଲଭ ମୂଲ୍ୟର ଡିଭାଇସ କ୍ଷେତ୍ରରେ ମଧ୍ୟ ଭାରତ ବହୁ ପଛରେ ପଡିଥିଲା। ସ୍ମାର୍ଟଫୋନ ମହଙ୍ଗା ଥିଲା ଏବଂ ଫିଚରଫୋନଗୁଡିକ ୪ଜି ପ୍ରଯୁକ୍ତିରେ କାମ କରୁନଥିଲା । ଜିଓର ଇଞ୍ଜିନିୟରମାନେ ଯଥେଷ୍ଟ ଉଦ୍ୟମ କରି ଭାରତର ଅତ୍ୟନ୍ତ ସୁଲଭ ମୂଲ୍ୟର ୪ଜି ଡିଭାଇସ ଜିଓଫୋନ ପ୍ରସ୍ତୁତ କଲେ । ଜିଓଫୋନର ସାମର୍ଥ୍ୟ ଉପରେ ଭରସା କରି ଜିଓ ଭାରତରେ ପ୍ରଥମ କରି ଗ୍ରାମୀଣ ଅଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ଅମ୍ବାନି କହିଥିଲେ, ଯେତେବେଳେ ଡିଜିଟାଲ କନେକ୍ଟିଭିଟି, ସୁଲଭ ମୂଲ୍ୟର ଡିଭାଇସ, ଡିଜିଟାଲ ଆପ୍ଲିକେସନ ଏବଂ ସଲ୍ୟୁସନ୍ସକୁ ଏକତ୍ର କରିଦିଆଗଲା, ସେତେବେଳେ ଅସାଧାରଣ ସଫଳତା ମିଳିଥିଲା । ଭାରତର ଜନସାଧାରଣ ଜିଓ ପୂର୍ବରୁ ଯେତିକି ଡାଟା ବ୍ୟବହାର କରୁଥିଲେ, ସମ୍ପ୍ରତି ତାହାଠାରୁ ୩୦ଗୁଣ ଅଧିକ ଡାଟା ବ୍ୟବହାର କରୁଛନ୍ତି । ଡାଟା ବ୍ୟବହାର ୦.୨ ବିଲିଅନ ଜିବିରୁ ୧.୨ ବିଲିଅନ ଜିବିକୁ ବୃଦ୍ଧିପାଇଛି।

ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବ ଜୀବନର ସବୁ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଅପ୍ରତ୍ୟାଶିତ ମୂଲ୍ୟ ପ୍ରଦାନ ଏବଂ ସମୃଦ୍ଧି ଆଣିବାର ଅନନ୍ୟ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ସେଥିପାଇଁ ଆମକୁ ପରବର୍ତ୍ତୀ ପିଢିର ପ୍ରଯୁକ୍ତି ଭିତ୍ତିଭୂମି ନିର୍ମାଣରେ ପୁଞ୍ଜିନିବେଶ କରିବାକୁ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

ଓଡିଶାରେ ଜିଓ ଜିଓ ମୁକେଶ ଅମ୍ବାନି
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.