Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ୍‌କୁ ଫୋନ୍‌ କଲେ ମହିଳା
ଅପରାଧ

ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ୍‌କୁ ଫୋନ୍‌ କଲେ ମହିଳା

October 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗୁଣା ସହରରେ ଘଟିଛି । ଏଠାରେ ଜଣେ ମହିଳା ଜଣେ ଯୁବକଙ୍କୁ 25 ଥର ଛୁରୀ ଭୁସି ହତ୍ୟା କରିଛନ୍ତି ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଯୁବକ ଜଣ 2005ରୁ ଲଗାତର ତାଙ୍କ ସହ ଦୁଷ୍କର୍ମ କରୁଥିଲା । ସେହି ସମୟରେ ସେ ନାବାଳିକା ଥିଲେ । ପୋଲିସ୍‌ ଯାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା । ଅଶୋକନଗରରେ ସେ ରହୁଥିଲେ ବୋଲି ସୂଚନା ରହିଛି । ଅଭିଯୁକ୍ତା ମହିଳା ଜଣକ ମଧ୍ୟ ଅଶୋକ ନଗରରେ ରହୁଥିଲେ ।

ମହିଳାଙ୍କ କହିବା ମୁତାବକ ମାତ୍ର 16 ବର୍ଷ ବୟସରେ ବୃଜଭୂଷଣ ଶର୍ମା ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ଉକ୍ତ ଯୁବକ ଜଣକ ବହୁବାର ଡରାଇ ଧମକାଇ ତାଙ୍କ ସହିତ ଜବରଦସ୍ତି କରିଛନ୍ତି । ଶେଷରେ ମହିଳା ଜଣକ ଜଣେ ଶିକ୍ଷକଙ୍କୁ ବିବାହ କରିନେଇଥିଲେ । ବିବାହ ପରେ ମଧ୍ୟ ଉକ୍ତ ଯୁବକ ତାଙ୍କ ପିଛା ଛାଡି ନଥିଲେ । ବିବାହ ପରେ ମହିଳାଙ୍କର ଏକ ସନ୍ତାନ ହେବା ପରେ ବି ବୃଜଭୂଷଣ ତାଙ୍କ ପିଛା ଛାଡି ନଥିଲେ ।

ଘଟଣାଦିନ ମହିଳା ଘରେ ଏକାକୀ ଥିବାବେଳେ ରାତିରେ ବୃଜଭୂଷଣ ତାଙ୍କ ଘରକୁ ଆସି ତାଙ୍କୁ ଧମକାଇଥିଲେ । ଯୁବକ ଜଣକ ନିଶାଗ୍ରସତ ହୋଇଥିବାବେଳେ ମହିଳାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ମହିଳାଜଣକ ନିଜର ଧେର୍ଯ୍ୟ ହରାଇ  ଛୁରୀ ଭୁସି ହତ୍ୟା କରିଛନ୍ତି । ମହିଳା ଜଣକ 25 ଥର ଛୁରୀରେ ଭୁସି ଯୁବକଙ୍କ ହତ୍ୟା କରିଛନ୍ତି ।

ଏହାପରେ ମହିଳା ଜଣକ ପୋଲିସ୍‌କୁ ଫୋନ୍‌ କରି ନିଜ ଅପରାଧ ସ୍ବୀକାର କରିଛନ୍ତି । ମହିଳାଙ୍କ ଫୋନ୍‌ କଲ୍‌ ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ରକ୍ତରେ ଜୁଡୁବୁଡୁରେ ପଡିଥିବାର ଦେଖିଥିଲେ । ସେହିପରି ଯୁବକଙ୍କ ରକ୍ତଜୁଡୁବୁଡୁ ଶରୀର ପାଖରେ ଏକ ତୀକ୍ଷ୍ଣ ଛୁରୀ ରହିଥିଲା । ମହିଳାଙ୍କୁ ପୋଲିସ୍‌ ଗିରଫ କରି ନେଇଥିବାର ଜଣାପଡିଛି ।

crime
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026
Latest News

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.